ପରିବାର ପାଇଁ ସମୟ ନ ଦେବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା

ପାଟନା : ପରିବାର ପାଇଁ ସମୟ ନଦେବାରୁ ମହିଳା କନେଷ୍ଟବଳ ଶୋଭା କୁମାରୀଙ୍କୁ ହତ୍ୟା। ଏହି ଘଟଣା ଘଟାଇ ଶୋଭାଙ୍କ ସ୍ଵାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ୬ ବର୍ଷ ତଳେ ଦୁହେଁ ପ୍ରେମବିବାହ କରିଥିଲେ ଓ ସେମାନଙ୍କର ଝିଅଟିଏ ଅଛି। ବିବାହ ପୂର୍ବରୁ ଶୋଭା କୁମାରୀ ଅଭିଯୁକ୍ତ ସ୍ଵାମୀ ଜେହାନାବାଦ୍‌ରେ ଚଳାଉଥିବା କୋଚିଙ୍ଗ୍‌ ସେଣ୍ଟର୍‌ରେ ପଢୁଥିଲେ। ପୋଲିସର ସୂଚନା ପାଟନାର ଏକ ହୋଟେଲରୁ ଶୋଭାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେଣୁ କିଏ ତାଙ୍କୁ ହତ୍ୟା କରିଛି ପୋଲିସ ସନ୍ଦେହରେ ପଡିଥିଲା। ହେଲେ କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କ ସ୍ୱାମୀ ହୋଟେଲ୍ ବୁକ୍ କରିଥିବା ଜଣାପଡିଥିଲା। କିନ୍ତୁ ଅଭିଯୁକ୍ତ ସ୍ୱାମୀ ଧରାପଡିନାହିଁ। କୋଟୱାଲି ଏସଏଚଓ ସଞ୍ଜୀତ କୁମାର କହିଛନ୍ତି ଶୋଭା କିଛିଦିନ ତଳେ ପୋଲିସ ବିଭାଗରେ ନିଯୁକ୍ତି ପାଇଥିଲେ। ଏହି କାରଣରୁ ପରିବାରକୁ ସମୟ ଦେଇପାରୁନଥିବାରୁ ତାଙ୍କ ସ୍ୱାମୀ ଏହାକୁ ନେଇ ସବୁବେଳେ ବିରକ୍ତ ହେବା ସହ ଚିନ୍ତାରେ ରହୁଥିଲେ।

Leave a Reply

Your email address will not be published. Required fields are marked *

Back to top button