ନାବାଳିକା ପତ୍ନୀକୁ ଖଣ୍ଡ ଖଣ୍ଡ କରି ହାଣିଦେଲା

ତ୍ରିପୁରା : ଅଗରତାଲାରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକ ନାବାଳିକା ପତ୍ନୀକୁ ହତ୍ୟାକରି ମୃତଦେହକୁ ଖଣ୍ଡ ଖଣ୍ଡ କରି ହାଣି ବ୍ୟାଗ୍‌ରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ମୃତକଙ୍କ ନାମ ତନୁଜା ବେଗମ୍‌। ପ୍ରାୟ ୮ ମାସ ତଳେ କୟେମ୍‌ ମିଆଁକୁ ବିବାହ କରିଥିଲେ। ଗତ ଶୁକ୍ରବାର ସକାଳେ ଝିଅ ନିଖୋଜ ହୋଇଯାଇଥିବା ମା’ ଜାଣିବା ପରେ ଝିଅ-ଜ୍ୱାଇଁ ରହୁଥିବା ମୁସଲିମ୍‌ପଡ଼ାରେ ପହଞ୍ଚିଥିଲେ। କିନ୍ତୁ ଝିଅ-ଜ୍ୱାଇଁ ସେଠାରେ ନଥିଲେ। ଘର ସାରା ରକ୍ତଛିଟା ଦେଖି ସେ ଭୟରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତନୁଜା ନିଖୋଜ ହୋଇଯାଇଥିବା ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ।

ପୋଲିସ୍‌ର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ କୟେମ୍‌ ମିଆଁଙ୍କୁ ଖୋଜିଥିଲେ ହେଁ ତା’ର କୌଣସି ସୂଚନା ନଥିଲା। ଆଖପାଖର ଲୋକଙ୍କଠାରୁ ତଥ୍ୟ ନେଇ ଅଭିଯୁକ୍ତକୁ ଠାବ କରିଥିଲା ପୋଲିସ। ପଚରାଉଚରା ବେଳେ କୟେମ୍‌ ଦୋଷ ସ୍ୱୀକାର କରିଛି। ଗୁରୁବାର ରାତିରେ ୧୫ ବର୍ଷୀୟ ପତ୍ନୀ ତନୁଜାକୁ ମାରିଥିବା କୟେମ୍‌ କହିବାରୁ ପୋଲିସ ଟିମ ଜଙ୍ଗଲକୁ ଯାଇ ଦୁଇଟି ବ୍ୟାଗ୍‌ ଉଦ୍ଧାର କରିଥିଲା। ଗୋଟିଏ ବ୍ୟାଗ୍‌ରେ ମୁଣ୍ଡ ଓ ଅନ୍ୟଟିରେ ଶରୀରର ଅନ୍ୟାନ୍ୟ ଅଙ୍ଗ ଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button