ଉତ୍ତରାଖଣ୍ଡରେ ହେବ ଶକ୍ତିଶାଳୀ ଭୂକମ୍ପ !

ଉତ୍ତରାଖଣ୍ଡ ପ୍ରତି ବିପଦ। ନିକଟରେ ତୁର୍କୀରେ ହୋଇଥିବା ଭୂମିକମ୍ପ ପରି କ୍ଷୟକ୍ଷତି ଘଟିପାରେ। ଏପରି ପୂର୍ବାନୁମାନ କରିଛି ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା ଏନଜିଆରଆଇର।

ଏନଜିଆରଆଇର ରିପୋର୍ଟରେ କୁହାଯାଇଛି ତୁର୍କୀ ଭଳି ଏକ ଭୂକମ୍ପ ଭାରତର ଉତ୍ତରାଖଣ୍ଡରେ ଆସିପାରେ। ଏହାବ୍ୟତୀତ ଉଲ୍ଲେଖ ରହିଛି ଆଫଗାନିସ୍ତାନରେ ହୋଇଥିବା ୬.୬ ତୀବ୍ରତାର ଭୂକମ୍ପ ଯୋଗୁ ଦିଲ୍ଲୀ ଏନସିଆର ସମେତ ଅନ୍ୟ ଅଞ୍ଚଳରେ ଭୟର ବାତାବରଣ ରହିଛି। ଭାରତର ଅନେକ ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି। ଭାରତରେ ଏହାର ତୀବ୍ରତା ୪.୨ ତୀବ୍ରତାର ଥିଲା। ପାକିସ୍ତାନରେ ମଧ୍ୟ ଏହାଠାରୁ ଲାଗିଥିଲା ଶକ୍ତିଶାଳୀ ଝଟକା।

ବର୍ତ୍ତମାନ ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ପୁରୁଣା ରିପୋର୍ଟ ସାମ୍ନାକୁ ଆସିଛି। ଯାହାକୁନେଇ ବୈଜ୍ଞାନିକ ଦାବି କରିଛନ୍ତି ଭାରତରେ ଖୁବଶୀଘ୍ର ଗୋଟିଏ ଶକ୍ତିଶାଳୀ ଭୂମିକମ୍ପର ଝଟକା ଲାଗିପାରେ। ଏହାର କେନ୍ଦ୍ରସ୍ଥଳ ହିମାଳୟ ହୋଇପାରେ। ଭୂମିକମ୍ପ ଉତ୍ତରାଖଣ୍ଡରେ ଅନଭୂତ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି। ଏଠାରେ ୧୮ ସେସମୋଗ୍ରାଫ ଷ୍ଟେସନର ଗୋଟିଏ ନେଟୱାର୍କ ରହିଛି। ଉତ୍ତରାଖଣ୍ଡ ସମେତ ହିମାଚଳ, ନେପାଳର ପଶ୍ଚିମ ପାଶ୍ୱର୍ରେ ସେସମିକ ଗ୍ୟାପ ଥିବା ଅଞ୍ଚଳ ରହିଛି। ଯାହା ଭୂମିକମ୍ପ କ୍ଷେତ୍ର ମଧ୍ୟରେ ଆସିପାରେ। କେବଳ ସେତିକି ନୁହେଁ ଭାରତୀୟ ପ୍ଲେଟ ପ୍ରତ୍ୟେକ ବର୍ଷ ୫ ସେଣ୍ଟିମିଟର ଆଗକୁ ବଢିବାରେ ଲାଗିଛି। ତେଣୁ ଆଶା କରାଯାଉଛି ଭାରତରେ ଖୁବଶୀଘ୍ର ଗୋଟିଏ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହେବ।

ଏନଜିଆରଆଇର ମୁଖ୍ୟ ବୈଜ୍ଞାନିକ ଡ. ଏନ ପୂର୍ଣ୍ଣଚନ୍ଦ୍ର ରାଓ କହିଛନ୍ତି ଟାକଟନିକ୍ସ ପ୍ଲେଟର ଗତି କାରଣରୁ ହିମାଳୟ ଅଞ୍ଚଳରେ ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇଛି। ତେଣୁ ବଡଧରଣର ଭୂମିକମ୍ପ ଆସିପାରେ। ଯାହାର ତୀବ୍ରତା ୭ରୁ ଅଧିକ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button