ନେତାଙ୍କ ଖୁସି ପାଇଁ ସୁଶାନ୍ତ ସିଂହ ବୟାନ ଦେଇଛନ୍ତି

ଭୁବନେଶ୍ଵର : ସୁଶାନ୍ତ ସିଂହ କହିଥିଲେ ଆଗାମୀ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡିର ବିପୁଳ ବିଜୟ ହେବ। ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ବିଜୁ ଜନତା ଦଳର ନେତାଙ୍କୁ ଖୁସି କରିବାକୁ ସୁଶାନ୍ତ ଏପରି ବକ୍ତବ୍ୟ ଦେଇଛନ୍ତି।

ପ୍ରଦୀପ ପୁରୋହିତ କହିଛନ୍ତି ପଶ୍ଚିମ ଓଡ଼ିଶାରେ ବିଜେଡି ଜିତିବ ବୋଲି ସୁଶାନ୍ତ ସିଂହ ବାହାସ୍ପୋଟ ମାରୁଥିବା ବେଳେ ଭୋଟରଙ୍କ ମାଲିକ ବୋଲି ସେ ନିଜକୁ ଭାବି ନେଇଛନ୍ତି। ପ୍ରଥମେ ତାଙ୍କ ଭିତରେ ରହିଥିବା ଅସନ୍ତୋଷକୁ ସେ ନିଜେ ସମ୍ଭାଳନ୍ତୁ। ମନ୍ତ୍ରିପଦ ନମିଳିବାରୁ ତାଙ୍କ ଭିତରେ ଥିବା ଗର୍ବ ଅହଙ୍କାର ଭାଙ୍ଗି ଚୁରମାର ହୋଇଛି। ସମର୍ଥକଙ୍କ ବକ୍ତବ୍ୟ ପରେ ଆସନ୍ତା ନିର୍ବାଚନରେ ଟିକେଟ ମିଳିବା କଷ୍ଟକର ହୋଇପଡିବ ବୋଲି ଭାବି ସେ ଏବେ ଏପିରି ବକ୍ତବ୍ୟ ଦେଉଛନ୍ତି ପ୍ରଦୀପ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button