କଂଗ୍ରେସ ଭବନ ସାମ୍ନାରେ ନିରଞ୍ଜନ ହଟାଅ ନାରା

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର ପ୍ରଭାବ ଆଜି କଂଗ୍ରେସ ଭବନ ସାମ୍ନାରେ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କର୍ମୀମାନେ ଜୋରଦାର ନାରା ଦେଇଛନ୍ତି।
ଖବର ଅନୁଯାୟୀ ରବିବାର ଅପରାହ୍ଣରେ କଂଗ୍ରେସ ଭବନ ସାମ୍ନାରେ ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନଙ୍କ ଅଭିଯୋଗ ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରି ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନଥିବା ବେଳେ କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରୁନାହାନ୍ତି। ପିପିଲି, ବାଲେଶ୍ୱର ଓ ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିବା ସହିତ ଶାସକ ଦଳ ସହ ବୁଝାମଣା କରିଥିବା ଭଳି ଅଭିଯୋଗ ଆଣିଛନ୍ତି।
କେବେଳ ସେତିକି ନୁହେଁ ସେମାନେ କହିଛନ୍ତି ଦିନକୁ ଦିନ କଂଗ୍ରେସକୁ ତଳକୁ ଯାଉଛି। ନିର୍ବାଚନରେ ହାର୍ ଜିତ୍ ରହିଛି। କିନ୍ତୁ କଂଗ୍ରେସ ଯେଉଁଭଳି ପରାଜୟ ସ୍ୱୀକାର କରୁଛି ତାହା ଯାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ପିସିସି ସଭାପତି ହଟିବ ଉଚିତ। ନୂଆ ସଭାପତି ଆସିଲେ ଅତି କମରେ କଂଗ୍ରେସ ନିର୍ବାଚନ ଗୁଡ଼ିକରେ ଫାଇଟ୍ କରିପାରିବ। ସେହିପରି ଆଉ ଜଣେ କଂଗ୍ରେସ କର୍ମୀ କହିଛନ୍ତି କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ କଂଗ୍ରେସ ଆଉ ପୂର୍ବଭଳି ହୋଇ ରହିନି। ପିପିଲି ପରିସ୍ଥିତି ପାଇଁ ନିଜେ ପିସିସି ସଭାପତି ଦାୟୀ ବୋଲି ସେ କହିଛନ୍ତି।