ଭଉଣୀକୁ ଦୁଇଟି ଆପାର୍ଟମେଣ୍ଟ ଉପହାର ଦେଲେ ଆଲିଆ

ମୁମ୍ବାଇ : ମୁମ୍ବାଇର ପାଲି ହିଲ୍‌ଠାରେ ଏକ ପ୍ରିମିୟମ୍ ରେସିଡେନ୍‌ସିଆଲ୍‌ ଆପାର୍ଟମେଣ୍ଟ୍‌ କିଣିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ଏପ୍ରିଲ ୧୦ରେ ଚୁକ୍ତିନାମାକୁ ସିଲ୍ କରାଯାଇଛି। ପଶ୍ଚିମ ବାନ୍ଦ୍ରାସ୍ଥିତ ୨,୪୯୭ ବର୍ଗଫୁଟ୍‌ର ଏହି ଆପାର୍ଟମେଣ୍ଟ୍‌କୁ କିଣିବାକୁ ସେ ଦେଇଛନ୍ତି ୩୭.୮୦ କୋଟି ଟଙ୍କା। ୨.୨୬କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଥିବା ଜଣାପଡିଛି।

କେବଳ ସେତିକି ନୁହେଁ ଆଲିଆ ତାଙ୍କ ଭଉଣୀ ସାହିନ ଭଟ୍ଟଙ୍କୁ ୭.୬୮ କୋଟି ଟଙ୍କା ମୂଲ୍ୟର ଦୁଇଟି ଆପାର୍ଟମେଣ୍ଟ ଉପହାର ଦେଇଛନ୍ତି। ମୁମ୍ବାଇର ଜୁହୁରେ ଥିବା ୨,୦୮୬.୭୫ ବର୍ଗ ଫୁଟ୍‌ ବିଶିଷ୍ଟ ଦୁଇଟି ଫ୍ଲାଟ୍‌ ପାଇଁ ଆଲିଆ ୩୦.୭୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି।

ଆଲିଆଙ୍କ ନୂତନ ଘର ପାଲି ହିଲରେ ଥିବା ଏରିଆଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡ୍‌ରେ ଅବସ୍ଥିତ। ଏବେ ଆଲିଆ ଓ ସ୍ଵାମୀ ରଣବୀର କପୁର ଓ ଝିଅ ରିହାଙ୍କ ସହ ରଣବୀରଙ୍କ ଫ୍ଲାଟ୍‌ ‘ବାସ୍ତୁ’ରେ ରହୁଛନ୍ତି। ସେଠାରେ ଏବେ ନିର୍ମାଣ ହେଉଛି ସେମାନଙ୍କର ଆଠ ମହଲା ବିଶିଷ୍ଟ ସ୍ୱପ୍ନର ଘର।

ଖବର ଅନୁଯାୟୀ ଆଲିଆ ଭଟ୍ଟଙ୍କୁ କରଣ ଜୋହରଙ୍କ ନିର୍ଦ୍ଦେଶିକ ‘ରକି ଔର୍‌ ରାନୀ କୀ ପ୍ରେମ କହାନୀ’ରେ ଦେଖିବାକୁ ମିଳିବ। ଏଥିରେ ନାୟକ ଭୂମିକାରେ ଅଛନ୍ତି ରଣବୀର ସିଂହ।

Leave a Reply

Your email address will not be published. Required fields are marked *

Back to top button