ଘଷିପୁରା : ପଂଚୁପଲ୍ଲୀ ଗ୍ରାମରେ ବାଘ ଆତଙ୍କ

ଘଷିପୁରା : ବୈତରଣୀ ନଦୀ କୂଳ ପଞ୍ଚୁପଲ୍ଲୀ ଗ୍ରାମରେ ଏକ ବାଘ ୧୫ତାରିଖ ଠାରୁ ବୁଲୁଥିବାରୁ ଆତଙ୍କ ଖେଳିଯାଇଛି।

ଖବର ଅନୁଯାୟୀ ଗତ ବୁଧବାର ଅପରାହ୍ନରେ ପଂଚୁଥିଲ୍ଲୀ ଗ୍ରାମରେ କିଛି ଯୁବକ ଧାନ ବିଲର ଭିଡ଼ିଓ ରେକର୍ଡିଂ କରୁଥିବା ବେଳେ ଏକ ବାଘ ଯାଉଥିବା ଦେଖିଥିଲେ। ଏହି ଖବର ପ୍ରଚାର ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ ବିଭାଗ ୧୭ତାରିଖରେ ଘଟଣାସ୍ଥଳରେ ପହଂଚି ଭିଡ଼ିଓର ସତ୍ୟତା ଜାଞ୍ଚ କରିବା ସହ ଚାଷ ଜମିରେ ବାଘର ପାଦଚିହ୍ନ ଦେଖିବାକୁ ପାଇଥିଲେ।

ଶନିବାର ଡିଏଫଓ ଅଭୟ ଦଳେଇଙ୍କ ନେତୃତ୍ଵରେ ଡେପୁଟି ରେଞ୍ଜର ନବକିଶୋର ନାୟକ, ଫରେଷ୍ଟର ଅନନ୍ତ ଚରଣ ପରିଜା, ମଧୁସୂଦନ ସାହୁ, ସ୍କାର୍ଡ଼ ସଦସ୍ୟ ପ୍ରମୁଖ ବାଘ ଯାତାୟତ କରୁଥିବା ରାସ୍ତାକୁ ତଦାରଖ କରୁଥିବା ଦେଖାଯାଇଛି। ବନ ବିଭାଗ ବାଘର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଥିବା ବେଳେ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button