ବକେୟା ଦରମା ମାଗିବାରୁ କର୍ମଚାରୀକୁ ଜୋତା ଚଟାଇଲେ ମାଲିକାଣୀ

ମୋରବି : ଫୋନ୍ ଓ ମେସେଜ୍ ମାଧ୍ୟମରେ କମ୍ପାନୀର ମାଲିକାଣୀଙ୍କୁ ବକେୟା ଦରମା ମାଗିବାରୁ କର୍ମଚାରୀଙ୍କୁ ବେଲ୍ଟରେ ନିର୍ମମ ପ୍ରହାର। କେବଳ ଏତିକି ନୁହେଁ ତାଙ୍କୁ ଜୋତା ଚାଟିବାକୁ ବାଧ୍ୟ କରଯାଇଥିଲା। ଏପରି ଘଟଣା ଗୁଜରାଟର ମୋରବିରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କମ୍ପାନୀର ମାଲିକ ହେଉଛନ୍ତି ରାଣୀବା ପଟେଲ। ପୀଡ଼ିତ କର୍ମଚାରୀଙ୍କ ନାଁ ନିଲେଶ ଦଲସାନିଆ। ସେ ଦଳିତ ସମ୍ପ୍ରଦାୟର। ୧୮ ଦିନ କାମ କରିବା ପରେ ଦରମା ବିଷୟରେ ପଚାରିବାରୁ ନୀଲେଶଙ୍କୁ ମାଡ ଓ ଏପରି ଖରାପ ଆଚରଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୋଲିସର ସୂଚନା ବୁଧବାର ଦିନ ଦଲସାନିଆ ତାଙ୍କ ବଡ଼ ଭାଇ ମେହୁଲ ଓ ବନ୍ଧୁ ଭବେଶ ମକୱାନାଙ୍କ ସହ ବକେୟା ଦରମା ପାଇଁ କମ୍ପାନିକୁ ଯାଇଥିଲେ। ସେଠାରେ ରାଜ ପଟେଲ ଓ ରବାରୀ ଏ ତିନି ଜଣଙ୍କୁ ଚାପୁଡ଼ା ମାରିବା ସହିତ ଡାଲସାନିଆଙ୍କୁ ମାଡ଼ ମାରିଥିଲେ। ଏହାପରେ କମ୍ପାନୀର ଛାତକୁ ନେଇ ବେଲ୍ଟରେ ପିଟିଥିଲେ। ଏହି ଅଭିଯୋଗରେ ରାଣୀବା ପଟେଲ ଓ ଅପରାଧରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button