୪ ରାଜ୍ୟରେ କଂଗ୍ରେସ ସରକାର ହେବ : ସଚ୍ଚିନ ପାଇଲଟ

ଜୟପୁର : ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସ ସରକାର କରିବାକୁ ଯାଉଛି। ଏହା କହିଛନ୍ତି କଂଗ୍ରେସ ନେତା ସଚ୍ଚିନ ପାଇଲଟ।

ଖବର ଅନୁଯାୟୀ ଶ୍ରୀ ପାଇଲଟ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନଭେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ତେଲେଙ୍ଗାନା ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ ଦେବେ। ସେହିପରି ଯେଉଁ ୩ଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ସରିଛି ସେଠାରେ ମଧ୍ୟ କଂଗ୍ରେସ ସ୍ପଷ୍ଟ ଓ ପୂର୍ଣ୍ଣ ବହୁମତରେ ସରକାର କରିବାକୁ ଯାଉଛି।

ଶ୍ରୀ ପାଇଲଟ କହିଛନ୍ତି ମୋର ପୁରା ବିଶ୍ୱାସ ତେଲେଙ୍ଗାନାରେ କଂଗ୍ରେସର ଏକ ଭଲ ସରକାର ହେବ ଓ ନିର୍ବାଚନ ଘୋଷଣାପତ୍ରରେ କରାଯାଇଥିବା ଘୋଷଣା (୬ଟି ଗ୍ୟାରେଣ୍ଟି) ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲାଗୁ କରାଯିବ। ସେଠାରେ ଆମର ଏକ ପାରଦର୍ଶି ଓ ସମ୍ବେଦନଶୀଳ ସରକାର ହେବ। ତେଲେଙ୍ଗାନାରେ କଂଗ୍ରେସ ବହୁତ ଆଗରେ ରହିଛି ଓ ଲୋକେ କଂଗ୍ରେସକୁ ସ୍ପଷ୍ଟ ବହୁମତର ଆଶିର୍ବାଦ କରିବେ।

Leave a Reply

Your email address will not be published. Required fields are marked *

Back to top button