ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କହିଲେ ଆପ ନେତା

ନୂଆଦିଲ୍ଲୀ : ପଞ୍ଜାବରେ ଆଗକୁ ବିଧାନସଭା ନିର୍ବାଚନ ଆସୁଛି। ଶାସକ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ଆମ ଆଦମୀ ପାର୍ଟି ଏହି ଦଳକୁ ଟାର୍ଗେଟ କରିଛି। ଆପ ନେତା ଆପ୍ ନେତା ରାଘବ ଚଢା ପଞ୍ଜାବ ରାଜନୀତିର ସିଦ୍ଧୁଙ୍କୁ ରାକ୍ଷୀ ସାୱନ୍ତ କହିବାକୁ ପଛାଇ ନାହାନ୍ତି।
ଏବେ ପଞ୍ଜାବର ଶାସନ କ୍ଷମତାରେ କଂଗ୍ରେସ ରହିଛି। କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ। କିନ୍ତୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ଭିତରେ ତୁ ତୁ ମେଁ ମେଁ ଦେଖିବାକୁ ମିଳୁଥିଲା। ଯାହାକୁ ନେଇ ସିଦ୍ଧୁଙ୍କୁ ଆମ୍ ଆଦମୀ ପାର୍ଟି ଟାର୍ଗେଟ କରୁଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଦ୍ୱିତୀୟ ଥର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି। ସିଦ୍ଧୁ କହିଥିଲେ ଦିଲ୍ଲୀରେ ଚାଷୀଙ୍କୁ ଫସଲ ପାଇଁ ଧାର୍ଯ୍ୟ ଦର ଠାରୁ କମ ମୂଲ୍ୟ ମିଳୁଛି। କେଜ୍ରିୱାଲ ସରକାର କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ଲାଗୁ କରିବା ସହ ଚାଷୀଙ୍କୁ ହକ୍ ଦେବାରେ ବିଫଳ ହୋଇଛି। ଏହାର କଡା ଜବାବ ରଖିଛନ୍ତି ଆପ୍ ନେତା ରାଘବ ଚଢା।
ରାଘବ ଟ୍ୱିଟ୍ କରି ଲେଖିଛନ୍ତି ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ ନବଜୋତ ସିଂ ସିଦ୍ଧୁଙ୍କୁ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ବାରମ୍ବାର ବୟାନବାଜି କରିବାରୁ କଂଗ୍ରେସ ହାଇକମାଣ୍ଡ ଚୁପ୍ ରହିବାକୁ ଚେତାବନୀ ଦେଇଥିଲେ। ଏବେ ସିଦ୍ଧୁ କେଜ୍ରିୱାଲଙ୍କୁ ଟାର୍ଗେଟ କରିବାକୁ ଆଗେଇ ଆସିଛନ୍ତି। ଆପଣ କାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଯେବେ ପୁଣି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ବୟାନବାଜି କରିବେ।
ସେ କହିଛନ୍ତି ଆଉ କିଛି ମାସ ମଧ୍ୟରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପୂର୍ବଥର ଆମ ଆଦମୀ ପାର୍ଟି ପ୍ରଥମ ଥର ନିର୍ବାଚନ ଲଢି ଭଲ ପ୍ରଦର୍ଶନ କରିବା ସହିତ ବିରୋଧୀଦଳ ଆସନରେ ବସିଥିଲା। କିନ୍ତୁ ଏଥର ଶାସନ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାନ୍ ଲଗାଇଦେଇଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ପଞ୍ଜାବ ଗସ୍ତ କରୁଛନ୍ତି। ସେ ଦୃଷ୍ଟିରୁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ଆପ୍ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି।