ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଟିକ୍‌ଟକ୍‌ ଷ୍ଟାର ଜିୟା ଖାନ

ନୂଆଦିଲ୍ଲୀ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ଲଣ୍ଡନର ଟିକ୍‌ଟକ୍‌ ଷ୍ଟାର ଜିୟା ଖାନ। ସେ କହିଛନ୍ତି ସମସ୍ୟା ଘେରରେ ରହିଥିବା ହ୍ୟାଣ୍ଡସମ୍‌ ନେତା ଇମ୍ରାନଙ୍କ ଜୀବନରେ ରୋମାନ୍ସର ଛୁଙ୍କ ଭରି ଦେବାକୁ ଜଣେ ନଟଖଟି ପତ୍ନୀର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ସେ ପୂରଣ କରିବେ।

ଜିୟା କହିଛନ୍ତି ଇମ୍ରାନଙ୍କୁ ବିବାହ କରି ତାଙ୍କ ଜୀବନରେ ପୁଣି ଥରେ ସେ ଗ୍ଲାମର ଭରିଦେବାକୁ ଚାହାନ୍ତି। ଏଥିପାଇଁ ଇମ୍ରାନଙ୍କ ତୃତୀୟ ବିବାହକୁ ଭାଙ୍ଗିବାକୁ ପ୍ରସ୍ତୁତ। ଇମ୍ରାନ ଜୀବନରେ ବହୁ ମୁସ୍କିଲ ମଧ୍ୟରେ ଛନ୍ଦି ହୋଇଥିବା କାରଣରୁ ଗ୍ଲାମର ଗାଏବ ହୋଇଯାଇଛି। ତେଣୁ ତାଙ୍କୁ ବିବାହ କରିବାକୁ ରାଜି। ଇମ୍ରାନଙ୍କ ବୟସ ୭୦ରୁ ଅଧିକ ହୋଇଥିଲେ ହେଁ ଏଥିରେ ତାଙ୍କୁ କିଛି ଫରକ ପଡ଼େନି ବୋଲି ଜିୟା କହିଛନ୍ତି।

ସେ କହିଛନ୍ତି ଇମ୍ରାନଙ୍କ ବିବାହ ପ୍ରଥମେ ଜେମିମାଙ୍କ ସହ ହୋଇଥିଲା। ସେ ଥିଲେ ଜଣେ ସୁନ୍ଦର ଓ ଗ୍ଲାମର ମହିଳା। ପରେ ଜଣେ ସାମ୍ବାଦିକଙ୍କ ସହିତ ବିବାହ ହୋଇଥିଲା। ତାଙ୍କ ଜୀବନକୁ ତୃତୀୟରେ ଆସିଲେ ଜଣେ ଧାର୍ମୀକ ପତ୍ନୀ ବୁଶରା ବିବି। ଏବେ କିନ୍ତୁ ତାଙ୍କୁ ଜଣେ ନଟଖଟି ଦୁଷ୍ଟ ପତ୍ନୀଙ୍କ ଆବଶ୍ୟକତା ରହିଛି।

କେବଳ ସେତିକି ନୁହେଁ ଜଣେ ପାକିସ୍ତାନ ଧର୍ମଗୁରୁ ଇମ୍ରାନ ଓ ବୁଶୁରାଙ୍କ ବିବାହକୁ ଅଣ-ଇସଲାମିକ କହି ସାରିଛନ୍ତି। ବିବାହକୁ ଶରିଆ ଆଇନ ଅନୁସାରେ ମାନ୍ୟତା ଦିଆଯାଇ ନାହିଁ। ୨୦୧୮ରେ ଦମ୍ପତ୍ତିଙ୍କ ଇସଲାମୀ ବିବାହ କରାଇଥିବା ମୌଲବୀ ମହମ୍ମଦ ସଇଦ କହିଛନ୍ତି ବୁଶରା ବିବିଙ୍କ ଇଦ୍ଦତ ସମୟ ଥିଲା। ତେଣୁ ଏ ବିବାହ ଆଇନ ସିଦ୍ଧ ନୁହେଁ। ଅନ୍ୟପକ୍ଷରେ ଇମ୍ରାନଙ୍କ ଉପରେ ଏବେ ଶହେରୁ ଅଧିକ ମାମଲା ରୁଜୁ ହୋଇଛି। କିଛିଦିନ ତଳେ ପାକିସ୍ତାନ ପୋଲିସ୍‌ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲା। ଏଭଳି ସମୟରେ ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ମିଳିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *

Back to top button