ବୁଦା ମୂଳରୁ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର-୫ ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ତାଙ୍କୁ କେହି ହତ୍ୟାକରି ବୁଦାମୂଳେ ପକାଇ ଦେଇଥିବା ପୋଲିସ ସନ୍ଦେହ କରୁଛି।
ଖବର ଅନୁଯାୟୀ ଆଜି ସକାଳେ ଯୁବକଙ୍କ ମୃତଦେହ ବୁଦାମୂଳେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ରାଉରକେଲା ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ ଜଣାପଡ଼ିବ।