୧୦୮ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି : ମୁଖ୍ୟ ସଚିବ

ଭୁବନେଶ୍ଵର : ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୫ ଜଣଙ୍କ ମଧ୍ୟରୁ ଆଜି ଦିନ ୧୦ଟା ସୁଦ୍ଧା ୧୦୮ ଜଣଙ୍କ ମୃତଦେହ ଚିହ୍ନଟ ସରିଛି। ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଥିବା ବେଳେ ୪ଟି ମୃତଦେହକୁ ସମ୍ପର୍କୀୟ ଚି଼ହ୍ନଟ କରିଥିବା ବେଳେ ଖୁବଶୀଘ୍ର ସେମାନଂକୁ ହସ୍ତାନ୍ତର କରାଯିବ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ରବିବାର ଗଣମାଧ୍ୟମକୁ ମୁଖ୍ୟ ସଚିବ ଶ୍ରୀଜେନା କହିଲେ ୨୭୫ଟି ମୃତଦେହ ମଧ୍ୟରୁ ୧୯୦ଟି ଭୁବନେଶ୍ୱରକୁ ଅଣାଯିବ। ଏଥିରୁ ୧୮୦ଟି ମୃତଦେହ ପହଂଚିଥିବା ବେଳେ ଆଉ ୧୦ଟି ଖୁବ ଶୀଘ୍ର ପହଂଚିବ। ୧୮୦ଟି ମଧ୍ୟରୁ ୨୩ଟି ମୃତଦେହ ଚି଼ହ୍ନଟ ହୋଇଥିବା ବେଳେ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିସହ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଓ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି। ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button