ଗୋଟିଏ ମଣ୍ଡପରେ ୯ଜଣ ମହିଳାଙ୍କୁ ବିବାହ

ନୂଆଦିଲ୍ଲୀ : ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ ମଣ୍ଡପରେ ନଅ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ହୋଇଥିବା ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ମଡେଲ୍ ଆର୍ଥର୍ ଓ ଉର୍ସୋ ପୂର୍ବରୁ ବିବାହିତ। ସେ ତାଙ୍କ ହନିମୁନ୍‌ର ହଟ୍ ଫଟୋ ସେୟାର କରି ଚର୍ଚ୍ଚାରେ ରହିଥିଲେ। ଏବେ ନଅ ଜଣ ମହିଳାଙ୍କୁ ଏକାଠି ବିବାହ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଜଣେ ମହିଳାଙ୍କୁ ବିବାହ କରିବାର ପରମ୍ପରାକୁ ବିରୋଧ କରୁଛନ୍ତି। ତେଣୁ ଗୋଟିଏ ମଣ୍ଡପରେ ନଅ ଜଣ ମହିଳାଙ୍କୁ ବିବାହ କରି ମୋନୋଗାମି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବ୍ରାଜିଲର ମଡେଲ୍, ତାଙ୍କର ପ୍ରଥମ ପତ୍ନୀଙ୍କ ସହ, ଲୁଆନା କାଜାକିଙ୍କ ସହ ହନିମୁନ୍ ପାଇଁ ଫ୍ରାନ୍ସ ଯାଇଥିଲେ। ସେଠାରୁ ଏପରି କିଛି ଫଟୋ ସେ ସେୟାର କରିଥିଲେ ଯାହା ଖୁବ୍ ଆଲୋଚନା ହୋଇଥିଲା। ​ଉଭୟ ଫ୍ରାନ୍ସର ଅନେକ ସହରରେ ନ୍ୟୁଡ୍ ବୁଲିଥିଲେ। ଯଦିଓ ଏଥିପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିହେଁ ତାଙ୍କୁ କୌଣସି ଫରକ ପଡିନଥିଲା।

Leave a Reply

Your email address will not be published. Required fields are marked *

Back to top button