ବିଧାୟକଙ୍କ ପୁତ୍ର ହିତାଧୁକାରୀଙ୍କୁ ଭତ୍ତା ବାଣ୍ଟୁଥିବା ଅଭିଯୋଗ

ଘସିପୁରା : ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ହିତାଧୁକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର। ଏ ସମ୍ପର୍କରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି।

ଖବର ଅନୁଯାୟୀ ପୃଥ୍ୱୀରାଜଙ୍କ ଅଭିଯୋଗ ଗତ ୧୬ ତାରିଖ ସକାଳେ ଘଷିପୁରା ବ୍ଲକର ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଘଷିପୁରା ବିଡ଼ିଓ ଅସିତ କୁମାର ମହାନ୍ତିଙ୍କ ଉପସ୍ଥିତରେ ଦେବାଶିଷ ପାତ୍ର ଭତ୍ତା ବଣ୍ଟନ କରିଛନ୍ତି। ସେ କୌଣସି ସରକାରୀ ପଦ ପଦବୀରେ ନଥାଇ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ବିଡ଼ିଓଙ୍କ ଉପସ୍ଥିତିରେ ହିତାଧୁକାରୀଙ୍କୁ ଭତ୍ତା ବାଣ୍ଟିବା ସରକାରୀ ନିୟମର ଉଲଂଘନ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button