ପତ୍ନୀକୁ ଖଣ୍ଡାରେ ହାଣିଲା ସ୍ୱାମୀ

ଦଶପଲ୍ଲା : ରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ପତ୍ନୀକୁ ଖଣ୍ଡାରେ ଆକ୍ରମଣ କରିଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଛନ୍ତି। ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଖବର ଅନ୍ୟଯାୟୀ ତିଳାବାଡ଼ି ଗାଁର ଶତ୍ରୁଘ୍ନ ପ୍ରଧାନ ପତ୍ନୀ ପ୍ରମିଳାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଆଜି ସକାଳେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ପ୍ରମିଳାଙ୍କୁ ଆକ୍ରମଣ କରିଥିଲେ। ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ ହାଣିଥିଲେ। ଏହି ସମୟରେ ବୋହୂକୁ ରକ୍ଷା କରିବାକୁ ଶାଶୁ ରଜନୀ ପ୍ରଧାନ ଆସିବାରୁ ସେ ମଧ୍ୟ ରୁ ଆକ୍ରମଣ ଶିକାର ହୋଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ପରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button