ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ : ଏଡିଏମ୍ ଅଫିସ ଘେରିଲା ସୁନ୍ଦରଗଡ଼ ଆଦିବାସୀ ମଞ୍ଚ

ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଆଦିବାସୀ ମଞ୍ଚ ଅତିରିକ୍ତ ଜିଲ୍ଲାପାଳଙ୍କ (ଏଡିଏମ) ଅଫିସ ଘେରାଉ କରିଛି। ଏହି କାର୍ଯ୍ୟକ୍ରମରେ ମଞ୍ଚର ଶତାଧିକ କର୍ମୀ ସାମିଲ ହୋଇ ସିବିଆଇ ତଦନ୍ତ ଦାବି କରିବା ସହିତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ ଦାବି କରିଛନ୍ତି।

ଖବର ଅନୁଯାୟୀ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି। ତାଙ୍କ ମା’ ସିଲେଷ୍ଟିନା ମିଞ୍ଜ ଓ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ପୋଖରୀରେ ଫିଙ୍ଗି ଦିଆଯାଇଛି। ପିଠିରେ ପୋଡ଼ା ଓ ହାତରେ କଟାଦାଗ ରହିଛି। ଅଙ୍ଗୁଳିରେ ପିନ୍ଧିଥିବା ଦୁଇଟି ହୀରାମୁଦି ଓ ପାଦରୁ ପାଉଁଜି ନେଇ ଯାଇଛନ୍ତି। ସୁସ୍ମିତାଙ୍କ ମୃତ୍ୟୁ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି. ଲାକ୍ରା ଓ ସିଡିପିଓ ଦାୟୀ। ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସୁସ୍ମିତା ମୃତ୍ୟୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସନ୍ଦୀପ ପ୍ଲାଣ୍ଟସାଇଟ୍‌ ଥାନାରେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button