ହାତୀଦାନ୍ତ ଚୋରା ଚାଲାଣ ରାକେଟର ୫ ଅଟକ

ବାଲେଶ୍ୱର : ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ଅଞ୍ଚଳରୁ ହାତୀ ଦାନ୍ତ ଚୋରା ଚାଲାଣ ରାକେଟ ଠାବ ହୋଇଛି। ଏହି କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଆଗରପଡ଼ା ପୋଲିସ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଚୋରା ବେପାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଲୋକ ହାତୀଦାନ୍ତ ଚୋରା କାରବାର ନେଇ ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଚାଲିଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଏସ.ଟି.ଏଫ୍ ଓ ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚଢାଉ କରାଯାଇଥିଲ। ଏହି ରାକେଟରେ ଗିରଫ ହୋଇଥିବା ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ୩ ଓ ଆଗରପଡ଼ା କାଦବରାଙ୍ଗ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନାମ କହିଥିଲେ। ସେହି ଅଞ୍ଚଳରେ ଚଢ଼ଉ ବେଳେ ହାତୀ ଦାନ୍ତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ୧୦ଟି ହାତୀର କଳ ଦାନ୍ତ ଜବତ ହୋଇଛି। ଏହାଛଡା ବାଲେଶ୍ୱର ଔପଦା ଅଞ୍ଚଳର ୩ ଜଣ ଓ ଖଇରା ଅଞ୍ଚଳର ଜଣେ ଓ ଭଦ୍ରକ ଅଞ୍ଚଳର ଜଣଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button