୩୬ଘଣ୍ଟା ପରେ ତାପମାତ୍ରା କମିବ

ଭୁବନେଶ୍ଵର : ଆଗାମୀ ୩୬ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଗୁରୁବାର୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧରେ ମଧ୍ୟ ହିଟ ୱେଭ ସ୍ଥିତି ରହିଛି। ଝାରସୁଗୁଡ଼ାର ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ଏହାଛଡା ଆସନ୍ତା ୨୪ ଘଣ୍ଟାରେ ଗୁରୁଚାପ ବଳୟ ଦୁର୍ବଳ ହେବାର ସମ୍ଭାବନା ରହିଥିବାରୁ ତାତି କମିବା ପାଇଁ ଆହୁରି ୩୬ ଘଣ୍ଟା ଲାଗିବ। ତେବେ ଆସନ୍ତାକାଲି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ।

ସେହିପରି ଓଡ଼ିଶା ଉପକୂଳ ବଙ୍ଗୋପସାଗର ପାଖାପାଖି ଏକ ଗୁରୁଚାପ ବଳୟ ଆସୁଛି। ତାର ପ୍ରଭାବରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରିବ। ତେଣୁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିବା ବେଳେ ୨୨ ତାରିଖରୁ ତାପମାତ୍ରା ୨ରୁ ୪ଡିଗ୍ରି କମିବ ବୋଲି ପାଣିପାଗ ବିଭଗ ପୂର୍ବନୁମାନ କରିଛି।

Leave a Reply

Your email address will not be published. Required fields are marked *

Back to top button