ଝାରସୁଗୁଡ଼ା ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ଟିମ୍ ଗଠନ

ଭୁବନେଶ୍ଵର : ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ। ପ୍ରାର୍ଥୀ ଚୟନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ପାଞ୍ଚଜଣିଆ ଟିମ ଗଠନ କରାଯାଇଛି। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଶୁକ୍ରବାର ସେ ଦେଇଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ପାଞ୍ଚଜଣିଆ ଟିମ ଗଠନ କରିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଗଠିତ ଏହି ଟିମ ଦୁଇଦିନ ଭିତରେ ଝାରସୁଗୁଡ଼ା ଗସ୍ତ କରି ଗ୍ରାଉଣ୍ଡ ରିଆଲିଟି ଚେକ କରିବ। ଏହାଛଡା ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ସେମାନେ ଆଲୋଚନା କରିବେ।

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି କଂଗ୍ରେସରୁ ୫ରୁ ଅଧିକ ଆଶାୟୀ ଅଛନ୍ତି। ତେବେ ଜିତିବା ଦକ୍ଷତା ଦେଖି ଦଳ ପ୍ରାର୍ଥୀ ଚୁଡାନ୍ତ କରିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button