୩୯ଟି ଔଷଧର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶନିବାର ନ୍ୟାସନାଲ ଲିଷ୍ଟ ଅଫ ଇସେନସିଆଲ ମେଡିସିନସ୍‌ (ଏନଏଲଇଏମ)ରେ ସଂଶୋଧନ କରିଛନ୍ତି। ଫଳରେ ସାଧାରଣରେ ଉପଯୋଗ ହେଉଥିବା ଅନୁନ୍ୟ ୩୯ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ହ୍ରାସ ହୋଇଛି। ଏଥିରେ ରହିଛି କର୍କଟ ନିରୋଧୀ ଔଷଧ ସମେତ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ଡାୟବେଟିଜ୍, ଆଣ୍ଟି ରିଟ୍ରୋଭାଇରାଲ ଓ ଆଣ୍ଟି ଟିବି ଔଷଧ ଓ ଅନ୍ୟ ଔଷଧ।

ଏହି ସଂଶୋଧନରେ ଏନଏଲଇଏମ୍ ସୂଚୀରେ କାମ କରୁଥିବା ବିଶେଷଜ୍ଞମାନେ ୧୬ଟି ଅଡ ଔଷଧକୁ ତାଲିକାରୁ ବାଦ ଦେଇଛନ୍ତି। ବଜାରରେ ଔଷଧର ମୂଲ୍ୟ ନିୟନ୍ତ୍ରଣ ଲାଗି ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ଦୀର୍ଘ ସମୟରୁ କାର୍ଯ୍ୟ କରିଆସୁଛନ୍ତି। ଏଥିରେ ସରକାର ଏନଏଲଇଏମ ସଂଶୋଧନ ଲାଗି ଅଭ୍ୟାସ ଆରମ୍ଭ କରିଥିଲେ। ଏନେଇ ୨୦୧୫ ମସିହାରେ ଅଧିସୂଚିତ କରାଯାଇଥିବା ବେଳେ ୨୦୧୬ ମସିହାରେ ଏହାକୁ ଲାଗୁ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button