ହରିଆଣାର ପୂର୍ବତନ ମନ୍ତ୍ରୀଙ୍କ ବିଜେପି ଛାଡିବାକୁ ଘୋଷଣା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ଦଳବଦଳ ଆରମ୍ଭ ହୋଇଛି। ସେହି କ୍ରମରେ ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ୨୦୧୯ ମସିହାରେ ଜଗଦୀଶ ଯାଦବ ବିଜେପିରେ ଯୋଗ ଦେଇଥିଲେ। ଏବେ ଚର୍ଚ୍ଚା ହେଉଛି ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ମାଧ୍ୟମରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଜଗଦୀଶ ଯାଦବ ପ୍ରଥମେ ନିଜ ସମର୍ଥକଙ୍କ ସହ ରାଜ୍ୟସଭା ସାଂସଦ ଦିପେନ୍ଦ୍ର ସିଂ ହୁଡ୍ଡାଙ୍କ ବାସଭବନରେ ପହଂଚିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହୁଡ୍ଡା ଓ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗଦେବେ।

Leave a Reply

Your email address will not be published. Required fields are marked *

Back to top button