ତବରେଜ୍ ଅନସାରୀ ହତ୍ୟା ମାମଲାରେ ୧୦ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ୨୦୧୯‌ରେ ତବରେଜ ଅନସାରୀ ନାମକ ଜଣେ ଯୁବକ ହିଂସାର ଶିକାର ହୋଇଥିଲେ। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୦ଜଣ ଦୋଷୀଙ୍କୁ ଝାଡଖଣ୍ଡ କୋର୍ଟ ଆଜି ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ଜୁନ୍ ୨୭ରେ ଝାଡଖଣ୍ଡ କୋର୍ଟ ତବରେଜ୍ ଅନସାରୀ ଭିଡହିଂସା ମାମଲାରେ ଏହି ୧୦ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରୀ ଓକିଲ ଅଶୋକ କୁମାର ରାୟ କହିଥିଲେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ କୌଶଲ ମହାଲୀର ମୃତ୍ୟୁ ହୋଇଥିବା ବେଳେ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତବରେଜ୍ ଅନସାରୀ ଭିଡହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନେ ହେଲେ ଭୀମ ସିଂ ମୁଣ୍ଡା, କମଲ ମହତୋ, ମଦନ ନାୟକ, ଅତୁଲ ମହଲି, ସୁମନ୍ତ ମହତୋ, ବିକ୍ରମ ମଣ୍ଡଳ, ଚାମୁ ନାୟକ, ପ୍ରେମଚାନ୍ଦ ମହାଲି, ମହେଶ ମହାଲି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଣ୍ଡଳ ଓରଫ ପପୁ ମଣ୍ଡଳ ଏବେ ନ୍ୟାୟିକ ହେପାଜତରେ ରହିଛି।

ସୂଚନାଯୋଗ୍ୟ ଝାଡଖଣ୍ଡର ସରାୟକେଲା ଥାନା ଅନ୍ତର୍ଗତ ଧାତକିଡିହ ଗ୍ରାମରେ ଚୋରି ଅଭିଯୋଗରେ ୨୦୧୯ ଜୁନ୍ ୧୭ରେ ତବରେଜ ଅନସାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଅନସାରୀ ପୁଣେରେ ଜଣେ ଶ୍ରମିକ ଭାବରେ କାମ କରୁଥିଲେ। ଇଦ୍ ପାଳନ କରିବାକୁ ଝାଡଖଣ୍ଡରେ ଥିବା ତାଙ୍କ ଘରକୁ ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button