ଜେଲ୍‌ ଭିତରେ ୪୧ ମହିଳା କଏଦୀଙ୍କୁ ହତ୍ୟା

ନ୍ୟୁୟର୍କ : ଆମେରିକାର ହୋଣ୍ଡୁରସ୍‌ ମହିଳା ଜେଲରେ ହିଂସାକାଣ୍ଡ। ମଙ୍ଗଳବାର ସକାଳେ ଘଟିଥିବା ଏହି ଘଟଣାରେ ୪୧ଜଣ ମହିଳା କଏଦୀଙ୍କର ମୃତ୍ୟୁ ଘଟିଥିବା ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଛି।

ଖବର ଅନୁଯାୟୀ ଅବୈଧ ଗତିବିଧିକୁ ନେଇ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ମୃତଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଡ଼ି ମାରି ଦିଆଯାଇଥିବା ବେଳେ ଆଉ କେତେ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ହୋଣ୍ଡୁରାସର ଜାତୀୟ ପୋଲିସ ଅନୁସନ୍ଧାନ ଏଜେନ୍ସିର ମୁଖପାତ୍ର ୟୁରି ମୋରା କହିଛନ୍ତି ଅଧିକାଂଶଙ୍କୁ ପୋଡି ମାରି ଦିଆଯାଇଛି। କିଛି ଗୁରୁତର କଏଦୀଙ୍କୁ ଟେଗୁସିଗାଲପା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜେଲ୍‌ ଭିତରୁ ୪୧ଟି ଶବ ମିଳିଥିବା ଫୋରେନ୍‌ସିକ୍‌ ଟିମ୍‌ ସୁନିଶ୍ଚିତ କରିଛି।

ଏହି ହିଂସାକାଣ୍ଡ ପାଇଁ ଦେଶର ରାଷ୍ଟ୍ରପତି ମାରା ଷ୍ଟ୍ରିଟ ଗ୍ୟାଙ୍ଗକୁ ଦାୟୀ କରିଛନ୍ତି। କାରଣ ସେମାନେ ସବୁ‌ବେଳେ ଜେଲ୍‌ ଭିତରେ ହିଂସାକାଣ୍ଡ ଘଟାଇ ଥାଆନ୍ତି । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେପଟେ ଦଙ୍ଗା ପରେ ଜେଲ୍‌ ଭିତରେ ଏଣେତେଣ ପିସ୍ତଲ, ଭୁଜାଲି ଓ ଅନ୍ୟାନ୍ୟ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button