ଭାରତରେ ବିସ୍ଫୋରଣ ଯୋଜନା କରୁଥିବା ୩ ସନ୍ଦିଗ୍ଧ ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ଭାରତରେ ବିସ୍ଫୋରଣ କରିବାର ଯୋଜନା କରୁଥିବା ୩ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ ମହମ୍ମଦ ଶହନୱାଜ୍, ମହମ୍ମଦ ରିଜୱାନ ଅସରଫ୍ ଓ ମହମ୍ମଦ ଅର୍ସଦ ୱାର୍ସି।

ଖବର ଅନୁଯାୟୀ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଆଇଏସଆଇଏସ ନେଟୱାର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ତିନିଜଣ ସନ୍ଦିଗ୍ଧ ଆତଆତଙ୍କୀଙ୍କୁ ଗିରଫ କରାଯାଇଛି। ସେମା‌ନେ ବୋମା ତିଆରି କରିବାରେ ପାରଙ୍ଗମ ବୋଲି ଜଣାପଡ଼ିଛି। ଗିରଫ ଶହନୱାଜ୍ ମାଇନିଙ୍ଗ ଇଞ୍ଜିନିୟର, ଅସରଫ୍ ମେକାନିକାଲ ଓ ଅର୍ସଦ କମ୍ପ୍ୟୁଟର ଇଞ୍ଜିନିୟର। ୩ଜଣ ଭାରତର ବିଭିନ୍ନ ରାଜ୍ୟରେ ବିସ୍ଫୋରଣ କରିବାର ଯୋଜନା କରିବା ସହିତ ବୋମା ତିଆରି ଓ ପରୀକ୍ଷଣ କରୁଥିଲେ।

ଶହନୱାଜକୁ ପୋଲିସ ଦିଲ୍ଲୀରୁ ଓ ଅନ୍ୟ ୨ଜଣଙ୍କୁ ଲକ୍ଷ୍ନୌ ଏବଂ ମୁରାଦାବାଦରୁ ଗିରଫ କରିଛି। ସେମାନଙ୍କଠାରୁ ପିସ୍ତଲ, ବୋମା ତିଆରିରେ ବ୍ୟବହୃତ ସାମଗ୍ରୀ ଓ କିଛି ରାସାୟନିକ ପଦାର୍ଥ ଜବତ ହୋଇଛି। ଏହି ୩ଜଣ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିଲେ। ଏମାନଙ୍କ ବିଷୟରେ ସୂଚନା ପାଇଁ ୩ଲକ୍ଷ ଲେଖାଏ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button