କଂଗ୍ରେସ ଘୋଷଣା କଲା ୭୯ଜଣିଆ ନୂଆ ଟିମ୍

ଭୁବନେଶ୍ୱର : ଏଆଇସିସି ଆଜି ପିସିସି ପଦାଧିକାରୀ ୭୯ଜଣିଆ ତାଲିକା ଘୋଷଣା କରିଛି। ଏହି ଟିମରେ ନିରଞ୍ଜନ ବରିଷ୍ଠ ନେତାମାନଙ୍କ ତୁଳନାରେ ଯୁବ, ମହିଳା ଓ ନୂଆ ମୁହଁଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ନିରଞ୍ଜନଙ୍କୁ ସହଯୋଗ ନିମନ୍ତେ ପ୍ରଦୀପ ମାଝୀ ଓ ଚିରଞ୍ଜୀବୀ ବିଶ୍ୱାଳ ଏବେ ପିସିସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ପିସିସିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି (କାର୍ଯ୍ୟକାରିଣୀ କମିଟି)ରେ ଚିରଞ୍ଜୀବୀଙ୍କୁ ସାମିଲ କରାଯାଇନାହିଁ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ୱାରା ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଦ୍ୱାରା ଜାରି ତାଲିକାରେ ୧୨ଜଣ ଉପସଭାପତି, ୨୦ଜଣ ସାଧାରଣ ସମ୍ପାଦକ, ୪୬ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କୁ ମିଶାଇ ୭୯ଜଣ ଥିବାବେଳେ କାର୍ଯ୍ୟକାରିଣୀ କମିଟିରେ ୩୨ଜଣ ବରିଷ୍ଠ ନେତା,ଏକ୍ସ-ଅଫିସ ମେମ୍ବର ଭାବେ ରାଜ୍ୟର ସମସ୍ତ ଦଳୀୟ ବିଧାୟକ ଓ ସାଂସଦ, ପୂର୍ବତନ ପିସିସି ସଭାପତି, ଓଡ଼ିଶାରେ ଏଆଇସିସିର ସମସ୍ତ ପଦାଧିକାରୀ, ଛାମୁଆ ସଂଗଠନର ମୁଖିଆଙ୍କୁ ସାମିଲ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ୧୨ଜଣ ଉପସଭାପତି ହେଲେ ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୁଜବଳ ମାଝୀ, ଯଜେ୍ଞଶ୍ୱର ବାବୁ, ନକୁଳ ନାୟକ, ଦେବାଶୀଷ ପଟ୍ଟନାୟକ, ସଦନ ନାୟକ, ରତ୍ନମଣି ଉଲାକା ଓ ସସ୍ମିତା ବେହେରା। ଉପସଭାପତି ଭାବେ ପିସିସି ପ୍ରଥମଥର ପାଇଁ ୩ଜଣ ମହିଳାଙ୍କୁ ସାମିଲ କରାଯାଇଛି।

ସେହିିପରି ୨୦ଜଣ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ସତ୍ୟପ୍ରକାଶ ନାୟକ, କିଶୋର ଜେନା, ଜାନକୀବଲ୍ଲଭ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ରାଜକିଶୋର ଷଡ଼ଙ୍ଗୀ, ଅରନ୍ଦମ ସର୍ଖେଲ(ବାପି), ରଜତ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅସରଫ ଅଲ୍ଲୀ, ସତ୍ୟଶିବ ଦାସ ଓ ଅଶୋକ କୁମାର ଦାସ ରହିଛନ୍ତି।

୪୬ଜଣ ସମ୍ପାଦକଙ୍କ ମଧ୍ୟରେ ରହିଛନ୍ତି ବିପ୍ଲବ ଚୌଧୁରୀ, ହେମରାଜ ବାଗ, ନଳିନୀ ସ୍ୱାଇଁ, ମାନସ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରିୟଜିତ୍ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ଅର୍ଚ୍ଚନା ନନ୍ଦୀ,ସତ୍ୟାୟନ ମିଶ୍ର, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବୀର, ନିସାର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ରଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝୀ, ଶଶୀଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ୱାଳ, ପ୍ରଭାସ୍କର ମହାପାତ୍ର, ହୁସେନ୍ ଖାନ, ଦୁଲାଲ ପ୍ରଧାନ, ଶ୍ରୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମୀୟ ପାଣ୍ଡବ, ଦୁର୍ଗା ପାଢ଼ୀ, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତ ଦେହୁରୀ, ପ୍ରଦୀପ ମହାପାତ୍ର, ସୁରେଶ ପାଣିଗ୍ରାହୀ, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଲିଆ, ସିମାଚଳ ଉଲାକା, କୃଷଚନ୍ଦ୍ର ନେପାକ, ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାସ ମୁଖୀ, ସୂର୍ଯ୍ୟକାନ୍ତ ବାଗ, ସରୋଜ ପ୍ରଧାନ ଓ ବିଜନ ନାୟକ। କାର୍ଯ୍ୟକାରିଣୀରୁ ଚିରଞ୍ଜୀବୀ ବାଦ୍ ପଡ଼ିଥିବାବେଳେ ଜଗତସିଂହପୁର ଜିଲ୍ଲାରୁ ନିରଞ୍ଜନଙ୍କ ଟିମରେ ୨ଜଣ ସାଧାରଣ ସମ୍ପାଦକ ଓ ୩ଜଣ ସମ୍ପାଦକଙ୍କୁ ସାମିଲ କରାଯାଇଛି। ଚିରଞ୍ଜୀବୀଙ୍କ ଭାଇ ରଞ୍ଜୀବଙ୍କୁ କୌଣସି ପଦପଦବୀ ମିଳିନାହିଁ।

Leave a Reply

Your email address will not be published. Required fields are marked *

Back to top button