ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

ମାଲକାନଗିରି : ଧୋକେବାଜ ପ୍ରେମିକ। ବ୍ରତଘର କହି ଅନ୍ୟ ଜଣେ ଯୁବତୀଙ୍କୁ ବାହାହୋଇଯିବାରୁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସେ ବିବାହିତ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାତ୍ରଗୁଡା ଗାଁ’ରେ ଏହି ଘଟଣା ଘଟିଛି। ପାତ୍ରଗୁଡା ଗାଁର ମହେନ୍ଦ୍ର ଗୁରୁ ଓ ରତ୍ନା ପେଦାଙ୍କ ଥିଲା ପ୍ରେମ ସମ୍ପର୍କ। ମହେନ୍ଦ୍ର ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରେମିକର କଥାକୁ ବିଶ୍ଵାସକରି ଚୁପ ରହିଥିଲେ ପ୍ରେମିକା ରତ୍ନା। କିନ୍ତୁ ପ୍ରେମିକ ମହେନ୍ଦ୍ର ତାଙ୍କୁ ଧୋକ୍କାଦେଇ ଅନ୍ୟ ଜଣେ ଯୁବତୀଙ୍କୁ ହିନ୍ଦୁ ରିତିନୀତିରେ ବିବାହ କରିଛନ୍ତି। ହଠାତ୍ ହୋଇଛି ଏହି ବାହାଘର। ବାହାଘର ରାତିରେ ସରିଛି। ଏ ଖବର ଶୁଣି ପ୍ରେମିକା ରତ୍ନା ସକାଳେ ପରିବାର ଲୋକଙ୍କୁ ନେଇ ମହେନ୍ଦ୍ରର ଘର ସାମ୍ନାରେ ଧାରଣାରେ ବସିଛି। କେବଳ ସେତିକି ନୁହେଁ ମାଥିଲି ଥାନାରେ ଏତଲା ମଧ୍ୟ ଦେଇଛି। ଏସବୁ ଘଟଣା ପରେ ନବ ବିବାହିତ ମହେନ୍ଦ୍ର ଫେରାର ହୋଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button