ପୂର୍ବତନ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର : ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ବ୍ରଜେନ୍ଦ୍ର ନାୟକଙ୍କୁ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଓ ପୁରୀ ଜିଲ୍ଲାରେ ଚଢଉ କରିଛି। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନି ଘର, ରାଜାରାଣୀ କଲୋନିରେ ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁ ପୈତୃକ ଘର ଓ ଫାର୍ମହାଉସରେ ଚଢଉ କରାଯାଇଛି। ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଉଛି। ଅଧିକ ତଥ୍ୟକୁ ରହିଛି ଅପେକ୍ଷା।