ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉପଲବ୍ଧ କରିଛନ୍ତି। ଆଜି ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଆଜି ଆମ ପାଇଁ ଏକ ସ୍ମରଣୀୟ ଦିନ। ଓଡ଼ିଶାର ବିକାଶ ଇତହିାସରେ ଆଜିର ଦିନଟି ଲିପିବଦ୍ଧ ହୋଇ ରହିବ। ରାଜ୍ୟରେ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ‌ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୭୪୪ କେନ୍ଦ୍ର ଖୋଲାଯାଇଛି। ୨୦୨୩-୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ସବୁ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲାଯିବ। ଏହା ଦ୍ବାରା ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବା ଲୋକମାନେ ଘର ପାଖରେ ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ। ୫ଟି ଯୋଜନାରେ ଏହା ରାଜ୍ୟ ସରକାରଙ୍କ ଯୋଜନା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ସାରା ଦେଶରେ ପ୍ରଥମ ଥର ପାଇଁ ହୋଇଛି। ଏଥି ପାଇଁ ଆମେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବୁ। ଆମ ବ୍ୟାଙ୍କ୍‌ ସିଏସ୍‌ପି ପ୍ଲସ୍‌ ଶାଖା ମାଧ୍ୟମରେ ଜମିପଟ୍ଟା, ଆଧାରକାର୍ଡ, ଭୋଟରଆଇଡି, ଅନ୍ୟ ଡକ୍ୟୁମେଣ୍ଟ, ସେଭିଂ ଆକାଉଣ୍ଟ, ଚେକବୁକ, ଡେବିଟ କାର୍ଡ, ପାସବୁକ୍‌ ଅପଡେଟ ଆଦି ୧୫ ପ୍ରକାରର ବ୍ୟାଙ୍କିଙ୍ଗ୍‌ ସୁବିଧା ଗ୍ରାହକଙ୍କୁ ମିଳିପାରିବ। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ଲୋକଙ୍କ ସହିତ ଲକ୍ଷଲକ୍ଷ ଗ୍ରାହକଙ୍କୁ ସୁବିଧା ମିଳିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଢ଼ିବାରେ ଏହା ସହାୟକ ହେବ।

Leave a Reply

Your email address will not be published. Required fields are marked *

Back to top button