ସ୍ପାରେ ସେକ୍ସ ରାକେଟ୍‌ : ୬୯ ଯୁବତୀଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ : ଗାଜିଆବାଦର ସ୍ପାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ୍‌ ହୋଇଛି। ଏହି କାରବାରରେ ସମ୍ପୃକ୍ତ ୬୯ଜଣ ଯୁବତୀ ଓ ୩୯ ଜଣ ଯୁବକଙ୍କୁ ମିଶାଇ ମୋଟ୍‌ ୧୦୦ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗାଜିଆବାଦ୍‌ର ଲିଙ୍କ୍ ରୋଡ୍ ଥାନା ଅଞ୍ଚଳ ପ୍ରଶାନ୍ତ ମଲ୍‌ର ସ୍ପାରେ ଚାଲିଥିଲା ସେକ୍ସ ରାକେଟ୍‌। ଏ ସମ୍ପର୍କରେ ପୋଲିସକୁ ସୁରାକ ମିଳିବା ପୋଲିସ ଚଢ଼ଉ କରିଥିଲା। ଏହି ସମୟରେ ବହୁ ସଂଖ୍ୟକ ଯୁବକ ଓ ଯୁବତୀ ଧରାପଡିଥିଲେ। ସେମାନଙ୍କୁ ପୋଲିସ ଗିରଫ କରିବା ପରେ ବସ୍‌ରେ ଥାନାକୁ ନେଇଥିଲେ। ତାହାଛଡା ସ୍ପାରୁ କିଛି ଆପତ୍ତିଜନକ ଜିନିଷ ମଧ୍ୟ ପୋଲିସ ଜବତ କରିଛି।

ପୋଲିସ କହିଛି ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ତା’ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଗଠିତ ଟିମ୍‌ କରିଥିଲା ଚଢ଼ଉ। ସେଠାରୁ ୬୧ଜଣ ମହିଳା ଓ ୩୯ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେହିପରି ଡିସିପି କହିଛନ୍ତି ପ୍ରଶାନ୍ତ ମଲ୍‌ର ମୋଟ୍‌ ୮ଟି ସ୍ପାରେ ଚଢ଼ଉ ହୋଇଥିଲା। ଥାନାକୁ ଅଣାଯାଇଥିବା ଯୁବକ ଯୁବତୀମାନେ ଗାଜିଆବାଦ, ନୋଏଡା ଓ ଦିଲ୍ଲୀ ଏନସିଆର ବାସିନ୍ଦା ବୋଲି ଜଣାପଡ଼ିଛି। ଗ୍ରାହକମାନେ ସ୍ପା ବାହାନାରେ ଖରାପ କାର୍ଯ୍ୟ କରୁଥିଲେ। ଗିରଫ ଯୁବତୀଙ୍କ ମଧ୍ୟରୁ କିଛି ବିଦେଶୀ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button