ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଜି ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ କୋର୍ଟ କହିଥିବା ବେଳେ ନିମ୍ନ ଅଦାଲତ ଆବଶ୍ୟକ ମୁତାବକ ସର୍ତ୍ତ ରଖିପାରିବେ ବୋଲି କହିଛନ୍ତି।

ଖବର ଅନୁଯାୟୀ ବିଜେପି ନେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଶାନ୍ତ ଗିରଫ ହୋଇଥିଲେ। ଗତ ୮ ତାରିଖରେ ତାଙ୍କ ଜାମିନ ଆବୋଦନ ଖାରଜ ହୋଇଥିଲା। ଖୋର୍ଦ୍ଧା ଏଡିଜେ-୧ ଅଦାଲତରେ ଜାମିନ୍ ଆବେଦନ ଖାରଜ ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ବିଧାୟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ।

Leave a Reply

Your email address will not be published.

Back to top button