ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିସା ପଟେଲ ନଭେମ୍ବର ୨୩ ଠାରୁ ଅନିଦିଷ୍ଟ କାଳ ଧାରଣାରେ ବସିଥିଲେ। ସରକାରଙ୍କ ସହିତ ଆଲୋଚନା ପରେ ଆଜି ଧାରଣା ପ୍ରତ୍ୟାହାର କରିଛନ୍ତି।

ଖବର ଅନୁଯାୟୀ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିବାକୁ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୯ର ଓଡିଶା ଫିଲ୍ମ ନିୟମକୁ ପରିବର୍ତ୍ତନ କରାଯାଇ ଆଗାମୀ ଆର୍ଥିକ ବର୍ଷରେ ଏକ ନୂଆ ପଲିସି ଆସିବ। ଯେଉଁଥିରେ ବିତରଣ ଓ ପ୍ରଦର୍ଶନ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଦୂର ହେବ। ନୂଆ ନିୟମ ସରଳୀକରଣ, ଅନ୍‌ଲାଇନ୍‌ ସହ ଗୋଟିଏ ଆପ୍ଲିକେସନ୍‌ ଚଳଚ୍ଚିତ୍ର ପ୍ରାବଧାନ ଆସିବ। ବିତରଣ ଓ ପ୍ରଦର୍ଶନରେ ସୁଧାର ଆଣିବା ଫଳରେ ହଲର ସଂଖ୍ୟା ବଢିବ। ଗ୍ରାମାଞ୍ଚଳ ସହରର ଉପକୂଳ ଅଂଚଳରେରେ ସିଙ୍ଗିଲ୍‌ ସ୍କ୍ରିନ୍‌ ଥିଏଟର ହଲ ଗୁଡ଼ିକ ପ୍ରସ୍ତୁତ ହେବ। ବନ୍ଦ ପଡ଼ିଥିବା ହଲର ପୁନରୁଦ୍ଧାର କରାଯିବ। ଏଥିପାଇଁ ସବସିଡ଼ିର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଏହି ପରିବର୍ତ୍ତନ ଗୋଟେ ଲମ୍ବା ଧାରା। ଆମେ ଆଜି ପ୍ରଯୋଜକ କଳାକାର ଓ ନିର୍ଦେଶକଙ୍କ ସହ କଥା ହେଉଛୁ। ଆଗକୁ ଚଳଚିତ୍ର ଶିଳ୍ପ ସହ ଯୋଡି ହୋଇଥିଲା ଅନ୍ୟ ଷ୍ଟେକ ହୋଲଡ଼ରଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *

Back to top button