ଦେଶର ୧୦ଟି ସହର ସର୍ବାଧିକ ପ୍ରଦୂଷିତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା ଓ ଉତ୍ତରପ୍ରଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶର ବାଗପାତ। ଏଥିସହ ଆଉ ତିନୋଟି ସହର ଏହି ତାଲିକାରେ ରହିଛି।

ଖବର ଅନୁଯାୟୀ ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ସର୍ବୋତ୍ତମ। ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଓ ୪୦୦-୫୦୦ ଅତ୍ୟନ୍ତ ଗୁରୁତର ବୋଲି ବିବେଚନା କରାଯାଏ। ବାଗପାତର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଡେଇଁଥିବା ବେଳେ ଦିଲ୍ଲୀର ବାୟୁ ଅତ୍ୟନ୍ତ ଖରାପ। ଏହି ତାଲିକାରେ ଗାଜିଆବାଦ-ନୋଏଡା ପରି ସହର ଏନସିଆରର ଅଞ୍ଚଳରେ ସାମିଲ ହୋଇଛି। ପ୍ରଦୂଷଣ ବଢ଼ୁଥିବାରୁ ଧୀରେ ଧୀରେ ବାୟୁ ବିଷାକ୍ତ ହେଉଛି। ସେହିପରି ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚଟି ହରିୟାଣା ଓ ତିନୋଟି ଉତ୍ତରପ୍ରଦେଶର ରହିଛି। ରାଜସ୍ଥାନର ଗୋଟିଏ ସହର ଏବଂ ରାଜଧାନୀ ଦିଲ୍ଲୀ ରହିଛି ଏହି ତାଲିକାରେ। ବାଗପାତରେ ବାୟୁ ଗୁଣବତ୍ତା ଏକ୍ୟୁଆଇ ସ୍ତର ୪୦୬ ରେ ପହଞ୍ଚିଛି। ଯାହା ପ୍ରଦୂଷଣ ଦୃଷ୍ଟିରୁ ସବୁଠାରୁ ଗୁରୁତର।

ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରୁ ଅନ୍ୟ ୯ଟି ସହରର ଅବସ୍ଥା ମଧ୍ୟ କିଛି ଭଲ ନୁହେଁ। ସମସ୍ତ ସହରର ବାୟୁ ପ୍ରଦୂଷଣ ସ୍ତର ୩୦୦ ରୁ ୪୦୦ ମଧ୍ୟରେ ରହିଛି। ବାୟୁ ଗୁଣବତ୍ତା ମାନ ଅନୁଯାୟୀ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ତଲିକାରେ ଗାଜିଆବାଦ ରହିଛି। ଏଠାରେ ଏକ୍ୟୁଆଇ ୩୯୩ ରହିଛି। ତୃତୀୟ ସ୍ଥାନରେ ପାନିପାତ (୩୯୩), ଚତୁର୍ଥ ସ୍ଥାନରେ ନୋଏଡା (୩୬୪), ପଞ୍ଚମ ସ୍ଥାନରେ ଗୁରୁଗ୍ରାମ (୩୫୧) ଏବଂ ଷଷ୍ଠ ସ୍ଥାନରେ ଦିଲ୍ଲୀ (୩୫୧)। ଏହାପରେ ଯଥାକ୍ରମେ ଭିବଣ୍ଡି (୩୪୭), ଫରିଦାବାଦ (୩୩୮), ମାନେସର (୩୩୪) ଓ ବଲ୍ଲଭଗଡ(୩୨୦) ରହିଛି।

Leave a Reply

Your email address will not be published. Required fields are marked *

Back to top button