ପୋଲିସ ମୁଖିଆ ପାଇଁ ୭ ଜଣଙ୍କ ନାଁ ସୁପାରିଶ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩୧ ତାରିଖରେ ରାଜ୍ୟର ପୋଲିସ ମହା ନିର୍ଦ୍ଦେଶକ ଥିବା ସୁନୀଲ ଵଂଶଲଙ୍କ କାର୍ଯ୍ୟକାଳ ଶେଷ ହେବ। କିଏ ହେବ ନୂଆ ଡିଜିପି। ଏହାକୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।
ଖବର ଅନୁଯାୟୀ ନୂଆ ପୋଲିସ ରାଜ୍ୟ ମୁଖିଆ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୭ ଜଣ ବରିଷ୍ଠ ଆଇପିଏସଙ୍କ ନାଁ ସୁପାରିଶ କରିଥିବା ସୂଚନା ମିଳିଛି। ଏହି ତାଲିକାରେ ବି ରାଧୀକ, ଏ ଏମ ପ୍ରସାଦ, ୱାଇ ବି ଖୁରାନିଆ, ଏସ ଏମ ନରଓ୍ୱାଣେ ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ରହିଥିବା ଜଣାପଡିଛି।