ଏଲ୍‌ ନିନୋ ପ୍ରଭାବ : ନଭେମ୍ବରରେ ଦେଶର ଅଧିକାଂଶ ସ୍ଥାନରେ ଗରମ ହେବ

ନୂଆଦିଲ୍ଲୀ : ନଭେମ୍ବର ମାସରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳକୁ ଛାଡିଦେଲେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି।

ଖବର ଅନୁଯାୟୀ ଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ନଭେମ୍ବରରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ (ହାରାହାରି ୭୭-୧୨୩ ପ୍ରତିଶତ) ହେବାର ସମ୍ଭାବନା ରହିଛି। ଉପଦ୍ୱୀପ ଭାରତର ଦକ୍ଷିଣତମ ଭାଗ, ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ଏବଂ ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଲ୍‌ ନିନୋ ପ୍ରଭାବ ଇକ୍ୱେଟୋରିଆଲ୍‌ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର କ୍ଷେତ୍ରରେ ସକାରାତ୍ମକ ଡାଇପୋଲ ରହିଛି।

ଆଇଏମଡି ସୂଚନା ଅନୁସାରେ ଏଲ୍‌ ନିନୋ ସ୍ଥିତି ଚଳିତ ଋତୁରେ ଜାରି ରହିବାର ସମ୍ଭାବନା ଥିବା ବେଳେ ଆଗାମୀ ମାସଗୁଡ଼ିକରେ ସକାରାତ୍ମକ ଆଇଓଡି ସ୍ଥିତି ଦୁର୍ବଳ ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ମୌସୁମୀ ଋତୁରେ ଏଲ୍‌ ନିନୋ ସ୍ଥିତି ଜାରି ରହିବ ନାହିଁ। ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଜଳର ଉଷ୍ମତା ଭାରତରେ ଏଲ୍‌ ନିନୋ ପରିସ୍ଥିତି, ଦୁର୍ବଳ ମୌସୁମୀ ଓ ଶୁଷ୍କ ସ୍ଥିତି ସହିତ ଜଡ଼ିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button