କେନ୍ଦ୍ରାପଡା : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼

କେନ୍ଦ୍ରାପଡ଼ା : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗସ୍ତକୁ କେନ୍ଦ୍ରାପଡାରେ ବିରୋଧ। କେନ୍ଦ୍ରାପଡ଼ା ତିନିମୁହାଣୀ ଛକ ନିକଟରେ ଛାତ୍ର ବିଜେଡି କର୍ମକର୍ତ୍ତାମାନେ ଟୁଡୁଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରିବା ସହିତ ନାରବାଜି କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଜି ଥିଲା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କର ଦିନିକିଆ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ। ସେ ଏଲଆଇସିର ବାର୍ଷିକ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ତିନିମୁହାଣୀ ଛକରେ ଛାତ୍ର ବିଜେଡ଼ି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତାଙ୍କ ଗାଡି ଉପରକୁ ଛାତ୍ର ବିଜେଡ଼ି କର୍ମୀମାନେ ଅଣ୍ଡାମାଡ ସହ କଳା ପତାକା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button