ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିବି : ଭି.କେ ପାଣ୍ଡିଆନ

ଭୁବନେଶ୍ଵର : ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରୀ ପାଣ୍ଡିଆନ୍ ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରିଆସୁଥିବା ବେଳେ ଲୋକଙ୍କ ସମ୍ମାନ ଓ ବିଶ୍ୱାସ ହାସଲ କରିଛନ୍ତି। ଭବିଷ୍ୟତରେ ସେ ଦଳର ସଦସ୍ୟ ଭାବରେ ଏହା ଜାରି ରଖିବେ।

ସେହିପରି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ, ଦଳର ନେତାଙ୍କ ସହଯୋଗରେ ଆନ୍ତରିକତା, ନିଷ୍ଠା ଏବଂ ନମ୍ରତାର ସହ ରାଜ୍ୟବାସୀଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି‌ରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button