ମୋକିମଙ୍କ ବନ୍ଧୁ ମିଳନଙ୍କୁ ନେଇ କର୍ମୀଙ୍କୁ ଜିଲ୍ଲା ସଭାପତିଙ୍କ ଚେତାବନୀ

କଟକ : କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ବନ୍ଧୁ ମିଳନକୁ ଚର୍ଚ୍ଚା। ତୃଣମୂଳ ସ୍ତରର ନେତା ଓ କର୍ମୀ ତାଙ୍କ ସପକ୍ଷରେ ରହିଥିବା ସେ ପ୍ରମାଣ କରିଥିବା ବେଳେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଟକ ସଦର କଂଗ୍ରେସ କର୍ମୀ ଓ ନେତାମାନେ ମୋକିମଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ଦାବି କରିଥିଲେ। ଆଉ ଦାବି କରିଥିଲେ କଟକ ମହାନଗର ଅଞ୍ଚଳରେ ମୋକିମ୍ ହିଁ କଂଗ୍ରେସକୁ ସୁଦୃଢ କରିଛନ୍ତି।

ଅନ୍ୟପକ୍ଷରେ ନଗର କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ମୋକିମ୍ ବନ୍ଧୁ ମିଳନକୁ କଂଗ୍ରେସ ବିରୋଧୀ ବୋଲି କହିଛନ୍ତି। ତାଙ୍କ କହିବ ଅନୁଯାୟୀ ଜଣେ ନିଲମ୍ବିତ ନେତା ଓ କିଛି ବହିଷ୍କୃତ ନେତା ଦଳୀୟ ଚିହ୍ନ ଲଗାଇ ଏଭଳି ଵୈଠକ କରିପାରିବେ ନାହିଁ। ଏହାଛଡା କଂଗ୍ରେସ କର୍ମୀମାନେ ଏଭଳି କାର୍ଯ୍ୟକ୍ରମକୁ ନଯିଵା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆଉ ଚେତାବନୀ ଦେଇଛନ୍ତି ଯେଉଁ କର୍ମୀମାନେ ଦଳ ନୀତି ନିୟମ ବିରୋଧରେ ଯିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button