ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି।

ଖବର ଅନୁଯାୟୀ ଆଇଆଇସି ସୁଶାନ୍ତ ସାହୁ ମାଲକାନଗିରି ମୋଟୁରୁ ନିଜ ଘର କଟକ ଫୁଲନଖରାକୁ ଆସୁଥିଲେ। ତାଙ୍କୁ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଧରିଛି। ତାଙ୍କ ପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ପ୍ରଶ୍ନ କରିଥିଲେ ହେଁ ସେ କୌଣସି ବିଶ୍ୱାସଜନକ ଉତ୍ତର ଦେଇପାରିନାହାନ୍ତି। ଆଇଆଇସି ଶ୍ରୀ ସାହୁଙ୍କୁ ବର୍ତ୍ତମାନ ଅଧିକ ପଚରାଉଚରା କରାଯାଉଥିବା ବେଳେ କଟକରେ ତାଙ୍କର ଥିବା ଦୁଇଟି ଘର ସମେତ ମୋଟୁ ଥାନାରେ ଭିଜିଲାନ୍ସ ଚଢଉ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button