ଠକ ମୌଲାନାର ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍

କଟକ : ଠକ କୈଫି ଖାନ୍ ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରିଛି। ତା’ ନାମରେ କଟକର ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଛି।ଏତଲା ପଞ୍ଜୀକୃତ ହୋଇଛି। ଏହି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

କଟକ ଡିସିପି ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଠକାମୀ ଟଙ୍କାର ବିନିଯୋଗ ନେଇ ପୋଲିସକୁ ତଥ୍ୟ ମିଳିବାରୁ ମୌଲାନାର ୯୫ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଯେଉଁଥିରେ ୨୯ଲକ୍ଷ ୫୬ ହଜାର ଟଙ୍କାର ଥିଲା। ଏହାଛଡା କେତେକ ଏଲଆଇସି ବଣ୍ଡ ଜବତ କରାଯାଇଥିବା ବେଳେ ଏଥିରେ ଠକାମି ପଇସା ବିନିଯୋଗ ହୋଇଛି କି ନାହିଁ ତଦନ୍ତ ଚାଲିଛି। ଯଦି କୋଣସି ବ୍ୟକ୍ତି ଠକ ମୌଲାନାର ଠକାମିର ଶିକାର ହୋଇଥିବେ ସେମାନେ ଆସି ଏତଲା ଦେଇ ପାରିବେ।

ସେ କହିଛନ୍ତି ଗିରଫ ଡ୍ରାଇଭର ମୌଲାନାର ମୁଖ୍ୟ ସହଯୋଗୀ। ଆବଶ୍ୟକ ପଡ଼ିଲେ ଆଉ ଥରେ ତା’କୁ ରିମାଣ୍ଡରେ ଅଣାଯିବ। କୈଫି ଖାନର ଗ୍ୟାଙ୍ଗଷ୍ଟର ସହ ସମ୍ପର୍କ ନେଇ ପ୍ରମାଣ ମିଳିପାରି ନାହିଁ। ଠକେଇ ଟଙ୍କାର ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଇଓଡବ୍ଲୁର ସହଯୋଗ ନିଆଯିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button