ଉଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଘଟିଛି ଅଭାବନୀୟ ଘଟଣା। ଉଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଦୁଷ୍କର୍ମ। ମଞ୍ଚେଶ୍ୱର ଥାନାରେ ଏହି ଅଭିଯୋଗ ହୋଇଥିବା ବେଳେ ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଛି।

ଖବର ଅନୁଯାୟୀ ରାଜଧାନୀର ଗଜପତି ନଗରରେ ମହିଳାଙ୍କର ଏକ ଗ୍ରୋସରୀ ଦୋକାନ ରହିଛି। ଅଭିଯୁକ୍ତ ମହିଳାଙ୍କ ଠାରୁ ବାକିରେ ଗ୍ରୋସରୀ ନିଅନ୍ତି। କେବେଳ ସେତିକି ନୁହେଁ ବାପାଙ୍କ ଦେହ ଅସୁସ୍ଥ କହି ମହିଳାଙ୍କଠାରୁ ୫୦ହଜାର ଟଙ୍କା ଉଧାର ନେଇଥିଲେ ଅଭିଯୁକ୍ତ। ସେହି ଟଙ୍କା ମାଗିବାରୁ ଅଭିଯୁକ୍ତ ଟଙ୍କା ଫେରାଇବାକୁ ସ୍ଵାମୀଙ୍କ ଅନୁପସ୍ଥିତିରେ ଘରକୁ ଆସି ମୋ ସହିତ ଜୋର ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲେ। ମୁଁ ବିରୋଧ କରିବାରୁ ଜୀବନରୁ ମାରିଦେବାକୁ କହି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ଏ ସମ୍ପର୍କରେ ସ୍ଵାମୀ କିମ୍ବା ପୋଲିସକୁ ନଜଣାଇବାକୁ ଦେଇଥିଲେ ଧମକ। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button