ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷକ ଗିରଫ

କୋରାପୁଟ : ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ସହକାରୀ ଶିକ୍ଷକ ନୀଳାମ୍ବର ସେଠୀଙ୍କୁ ପୋଲିସ ଗିରଫ କରିଛି। ସେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଭେଜା ଗାଁ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ।

ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ମାଣିକା ଗାଁର ନୀଳାମ୍ବର ସେଠୀ ୨୦୧୧ରେ ଶିକ୍ଷା ସହାୟକ ନନ୍ଦପୁର ବ୍ଲକର ଭେଜା ଗାଁ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ସେହି ସମୟରେ ଶିକ୍ଷକ ଜଣକ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ସିଟି ଓ ବିଇଡି କରିଥିବା ଜାଲ ପ୍ରମାଣପତ୍ର ଦାଖଲ କରିଥିଲେ। ସେ ୨୦୧୮ ମସିହା ପର୍ଯ୍ୟନ୍ତ ଚାକିରି କରି ନିୟମିତ ଦରମା ପାଉଥିଲେ। ୨୦୧୯ରୁ ସେ ବିଦ୍ୟାଳୟକୁ ନଆସିବାରୁ ସାର୍ଟିଫିକେଟ ଯାଞ୍ଚ ପରେ ଜାଲ ବୋଲି ଜଣାପଡ଼ିଥିଲା। ନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ପାଡୁଆ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ନନ୍ଦପୁର ଅଞ୍ଚଳରୁ ନୀଳାମ୍ବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button