ସଞ୍ଚୟ ଯୋଜନାରେ ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା ସଞ୍ଚାଳିତ ପିପିଏଫ, ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ, ସୁକନ୍ୟା ସମୃଦ୍ଧି ଯୋଜନା ଓ ଡାକଘରେ ନିବେଶ ପାଇଁ ରହିଥିବା ନିୟମରେ ପରିବର୍ତ୍ତନ ହୋଇଛି। ଏସବୁ ଯୋଜନାରେ ନିବେଶକଙ୍କ ପାଇଁ ପ୍ୟାନ ଓ ଆଧାର ଆବଶ୍ୟକ। ଏହାକୁ କେୱାଇସି ଭଳି ବ୍ୟବହାର କରାଯିବ। ଏଣିକି ଯେ କୌଣସି ସେଭିଙ୍ଗ ସ୍କିମରେ ଜମା କରିବାକୁ ହେଲେ ଆଧାରକୁ ବାଧ୍ୟତାମୂଳକ। ଏଥିସହ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ନିବେଶ କଲେ ପାନ୍ କାର୍ଡ ଦେବାକୁ ପଡିବ।

ସେହିପରି ପୋଷ୍ଟ ଅଫିସରେ ସେଭିଙ୍ଗ ସ୍କିମରେ ଆକାଉଣ୍ଟ ଖୋଲିବା ସମୟରେ ଯଦି ପାଖରେ ଆଧାର ନଥାଏ ତେବେ ଅଣ୍ଡରଟେକିଙ୍ଗ ଦେଇ ଆକାଉଣ୍ଟ ଖୋଲଯାଇ ପାରିବ। କିନ୍ତୁ ଆକାଉଣ୍ଟ ଖୋଲିବାର ୬ ମାସ ମଧ୍ୟରେ ନିବେଶକଙ୍କୁ ଆଧାର ନମ୍ବର ଦେବାକୁ ପଡିବ। ଛୋଟ ସେଭିଙ୍ଗ ସ୍କିମ ଆକାଉଣ୍ଟ ଖୋଲିବା ସମୟରେ ପାସପୋର୍ଟ ସାଇଜ ଫଟୋ, ଆଧାର ନମ୍ବର କିମ୍ବା ଆଧାର ଏନରୋଲମେଣ୍ଟ ସ୍ଲିପ, ପାନ ନମ୍ବର ଦେବାକୁ ହେବ। ଯଦି ଆକାଉଣ୍ଟଧାରୀ ବିନା ଆଧାର ଓ ପାନରେ ଖାତା ଖୋଲିଥାନ୍ତି ତେବେ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏହି ଡକ୍ୟୁମେଣ୍ଟ ଜମା କରିପାରିବେ ତେବେ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button