ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ପାକିସ୍ତାନ

ନୂଆଦିଲ୍ଲୀ : ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ୟୁକ୍ରେନକୁ ନିଜର ଅସ୍ତ୍ରଶସ୍ତ୍ର ବିକ୍ରି କରିଛି।

ଖବର ଅନୁଯାୟୀ ପାକିସ୍ତାନ ଗତବର୍ଷ ଦୁଇଟି ଘରୋଇ ଆମେରିକୀୟ କମ୍ପାନି ମାଧ୍ୟମରେ ୟୁକ୍ରେନକୁ ପ୍ରାୟ ୩୬ କୋଟି ୪୦ ଲକ୍ଷ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା। ପାକିସ୍ତାନୀ ସେନାର ମୁଖ୍ୟାଳୟ ଥିବା ରାଓ୍ବଲପିଣ୍ଡି ନୂର ଖାଁ ଏୟାରବେସରୁ ଏକ ବ୍ରିଟିଶ ମିଲିଟାରୀ ମାଲବାହୀ ବିମାନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ସାଇପ୍ରସ, ଗ୍ରୀସର ଆକ୍ରୋଟିରିଠାରେ ଥିବା ଆମେରିକୀୟ ଏୟାରବେସକୁ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା। ସେଠାରୁ ରୋମାନିଆ ଦେଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା । ଉକ୍ତ ବ୍ରିଟିଶ ବିମାନଟି ୫ ଥର ଉଡ଼ାଣ ଭରି ଅସ୍ତ୍ରଶସ୍ତ୍ର ନେଇଥିଲା।

ବିବିସିର ରିପୋର୍ଟ କରିଛି ୧୫୫ଏମଏମ ସେଲ୍ ବିକ୍ରି କରିବାକୁ ପାକିସ୍ତାନ ୨ଟି ଆମେରିକୀୟ କମ୍ପାନି ଗ୍ଲୋବାଲ ମିଲିଟାରୀ ଓ ନର୍ଥରପ୍ ଗ୍ରୁମାନ ସହ ଚୁକ୍ତି ସ୍ଵାକ୍ଷର କରିଛି। ୨୦୨୨ ଅଗଷ୍ଟ ୧୭ରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲେ ହେଁ ପାକିସ୍ତାନ ସରକାର ଏହାକୁ ଖଣ୍ଡନ କରିଛି।

Leave a Reply

Your email address will not be published. Required fields are marked *

Back to top button