ବାହାନଗା ରେଳ ଦୁର୍ଘଟଣା : ସିଲହେଲା ସିଗ୍‌ନାଲ ଜେଇଙ୍କ ଘର

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣା ଘଟଣାରେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍। ଦୁର୍ଘଟଣା ପରେ କିଛିଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଅନୁପସ୍ଥିତ ଥିବାରୁ ଜିଆରପି ପୋଲିସ ଏବେ ଭଡାଘରକୁ ଜଗିଛି।

ଖବର ଅନୁଯାୟୀ ପୂର୍ବରୁ ସିଗ୍‌ନାଲ ଜେଇ ଓ ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ସିବିଆଇ ପଚରାଉଚରା କରିଥିଲା। ଆଜି ସିଗ୍‌ନାଲ ଜେଇ ନ ଥିବାରୁ ସିବିଆଇ’ର ଦୁଇ ଜଣିଆ ଟିମ୍‌ ଜିଆରପି ପୋଲିସ ଉପସ୍ଥିତିରେ ତାଙ୍କ ଭଡ଼ାଘର ସିଲ୍‌ ହୋଇଛି। ତେବେ ସିଗ୍‌ନାଲ ଜେଇ ଏବେ କେଉଁଠି ଅଛନ୍ତି ଜଣାପଡ଼ିନି।

Leave a Reply

Your email address will not be published. Required fields are marked *

Back to top button