ଶ୍ରମିକଙ୍କ ଗଣଦୁଷ୍କର୍ମ : ୨ ନାବାଳିକା ଭଉଣୀ ଅନ୍ତଃସତ୍ତ୍ଵା

ଅଲ୍‌ୱର୍‌ : ରାଜସ୍ଥାନ ଅଲ୍‌ୱର ଜିଲ୍ଲାରେ ଇଟାଭାଟିରେ କାମ କରୁଥିବା ଦୁଇଜଣ ଶ୍ରମିକଙ୍କ ଦୁଷ୍କର୍ମ ଯୋଗୁଁ ଦୁଇ ନାବାଳିକା ଭଉଣୀ ଅନ୍ତଃସତ୍ତ୍ଵା ହୋଇଛନ୍ତି। ପୀଡିତାଙ୍କ ବାପା ଶୁକ୍ରବାର ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ପୀଡ଼ିତାମାନଙ୍କ ବାପାଙ୍କ ସହିତ ସାପ୍ପି ଓ ଶୁଭାନ୍‌ ନାମକ ଦୁଇ ଶ୍ରମିକ ଇଟାଭାଟିରେ କାମ କରୁଥିଲେ। ବାପାଙ୍କ ସହ ସମ୍ପର୍କ ଥିବାରୁ ସେଇ ସୁଯୋଗରେ ଦୁଇ ଶ୍ରମିକ ତାଙ୍କ ୧୫ ଓ ୧୩ ବର୍ଷୀୟ ଝିଅଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ପେଟ ବ୍ୟଥା ଓ ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମସ୍ୟା ହେଉଥିବା ବଡ଼ଝିଅ କହିବାରୁ ପରେ ବଡ଼ଝିଅକୁ ବାପା-ମାଆ ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ଡାକ୍ତର କହିଥିଲେ ଝିଅ ସାଢ଼େ ୭ ମାସର ଅନ୍ତଃସତ୍ତ୍ଵା।

ବାପା-ମାଆ ପଚାରିବାରୁ ଝିଅ ସାପ୍ପି ଓ ଶୁଭାନ୍‌ ଦୁଷ୍କର୍ମ କରିଥିବା କହିଥିଲା। ଏହାଛଡା ଦୁହେଁ ସାନଭଉଣୀ ସହିତ ମଧ୍ୟ ଦୁଷ୍କର୍ମ କରିଛନ୍ତି। ଏକଥା କାହାକୁ କହିଲେ ମାରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ପୋଲିସ ଦୁଇ ଝିଅଙ୍କର ଡାକ୍ତରୀ ମାଇନା କରାଆଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *

Back to top button