ବାର୍‌ରେ ନିୟୋଜିତ ହୋଇପାରିବେନି ବାଉନସର

ଭୁବନେଶ୍ଵର : ଏଣିକି ବାର୍‌ରେ ନିୟୋଜିତ ହୋଇପାରିବେନି ବାଉନସର। ଗ୍ରାହକଙ୍କୁ ଦାଦାଗିରି ଦେଖାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟୁଇନସିଟି ପାଇଁ ଏସଓପି ଜାରି ହୋଇଛି।

ଖବର ଅନୁଯାୟୀ ବାର କର୍ତ୍ତୃପକ୍ଷ ସୁରକ୍ଷାକର୍ମୀ ନିୟୋଜିତ କରିବା ପୂର୍ବରୁ ସେହି ଅଂଚଳର ଡିସିପିଙ୍କ ଅନୁମତି ନେବେ। ନିୟୋଜିତ ସୁରକ୍ଷାକର୍ମୀଙ୍କ ରେକର୍ଡ ଯାଞ୍ଚ ହେବ। ପଞ୍ଜୀକୃତ ପ୍ରାଇଭେଟ ସିକ୍ୟୁରିଟି ସଂସ୍ଥାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବେ। ସ୍ଥାନୀୟ ପୋଲିସ ଥାନାରେ ନିୟୋଜିତ କର୍ମଚାରୀଙ୍କ ତଥ୍ୟ ଦାଖଲ କରିବାକୁ ପଡିବ।

ଆଇନ ଅନୁସାରେ ମୁସୁରକ୍ଷାକର୍ମୀ ବାରରେ ଦାୟିତ୍ୱ ସମ୍ପାଦନ କରିବେ। ଆବଶ୍ୟକ ହେଲେ ସେମାନେ ୧୧୨କୁ କଲ୍ କରି ପୋଲିସକୁ ଡାକିପାରିବେ। ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବାପରି କୌଣସି କାର୍ଯ୍ୟ କରିବେନି। ଦୁଇମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button