ଆମ ମୁଣ୍ଡରେ ଅଠା ବୋଳାଯାଇଛି : ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ଵାମୀ ଜଗବନ୍ଧୁ ଚାନ୍ଦ ଦେଇଛନ୍ତି ବିସ୍ଫୋରକ ବୟାନ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଥିବା ବେଳେ ସେ କହିଛନ୍ତି ଆମ ମୁଣ୍ଡରେ ଅଠା ବୋଳାଯାଇଛି।
ସ୍ଵାସ୍ଥ୍ୟ ଭଲ ନଥିବାରୁ ଜଗବନ୍ଧୁ ହସ୍ପିଟାଲ୍ ଆସିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଚକ୍ରାନ୍ତ କରିଛନ୍ତି। ସେ ଝିଅକୁ ପଇସା ଲୋଭ ଦେଖେଇ ଆମ ବିରୋଧରେ ଏତଲା ଦେବା ସହିତ ଆମ ମୁଣ୍ଡରେ ଅଠା ବୋଲିଛି। ତା’ ସହ ଆହୁରି ଅନେକ ଲୋକ ଅଛନ୍ତି। ସେମାନଙ୍କୁ ବାହାର କରନ୍ତୁ। ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ଆମେ ସବୁ କଥା କହିବୁ।


























