ବାଇକରୁ ଭତ୍ତା ଟଙ୍କା ବ୍ୟାଗ ଲୁଟ୍

ନବରଙ୍ଗପୁର : ପଞ୍ଚାୟତର ଯୋଗାଣ ସହାୟକଙ୍କ ଟଙ୍କା ବ୍ୟାଗ ଲୁଟ। ଭତ୍ତା ଟଙ୍କା ବାଣ୍ଟିବା ପୂର୍ବରୁ ଏହି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକର ଗୌଡ଼ ଦେଓପାଲି ପଞ୍ଚାୟତର ଯୋଗାଣ ସହାୟକ ଅନୀଲ କୁମାର ହରିଜନ ଆଜି ନବରଙ୍ଗପୁର ଆକ୍ସିସ ବ୍ୟାଙ୍କ ଶାଖାରୁ ୯୪ହଜାର ୧୦୦ ଟଙ୍କା ଉଠାଇଥିଲେ। ହିତାଧିକାରୀଙ୍କୁ ଭତ୍ତା ଦେବାପାଇଁ ଟଙ୍କା ଉଠାଇ ଜଣେ ସମ୍ପର୍କୀୟଙ୍କ ସହିତ ବାଇକ ଯୋଗେ ଯାଉଥିବା ବେଳେ ଗାଡିର ଚକା ପମ୍ପଚର ହେଇଥିଲା। ଚକା ମରାମତି ପାଇଁ ସେ ଚାଉଁରିଆଗୁଡ଼ାର ଏକ ଟାୟାର ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଖକୁ ଫୋନ କଲ ଆସିବାରୁ ସେ କଥା ହୋଇ ଟଙ୍କା ବ୍ୟାଗ୍‌କୁ ବାଇକ୍‌ ହ୍ୟାଣ୍ଡେଲରେ ଟାଙ୍ଗିଦେଇ କେଇପାଦ ଆଗକୁ ଚାଲିଯାଇଥିଲେ। ମାତ୍ର ୫ ମିନିଟ ପରେ ଫେରି ଦେଖିଲେ ଟଙ୍କା ବ୍ୟାଗ ନାହିଁ। କେହି ଦୁର୍ବୁତ୍ତ ବ୍ୟାଗଟିକୁ ଲୁଟି ନେଇଛି। ନବରଙ୍ଗପୁର ଟାଉନ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Back to top button