ସୁଟିଂ ସେଟ୍‌ରେ ଏଇ ଅଭିନେତ୍ରୀଙ୍କ ସହିତ ହୋଇଥିଲା ଜୋର ଜବରଦସ୍ତି

ମୁମ୍ବାଇ : ମାତ୍ର ୧୫ ବର୍ଷ ବୟସରେ ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିଲା ଜୋର ଜବରଦସ୍ତି। ଯାହା ସେତେବେଳେ ଥିଲା ଚର୍ଚ୍ଚାର ବିଷୟ।

ଖବର ଅନୁଯାୟୀ ୧୯୬୯ ମସିହାରେ ରେଖାଙ୍କ ପ୍ରଥମ ଫିଲ୍ମ ‘ଅନଜାନ୍ ସଫର୍’ର ସୁଟିଂ ହେଉଥିଲା। କିନ୍ତୁ କୌଣସି କାରଣରୁ ଏହି ଫିଲ୍ମ ୧୦ ବର୍ଷ ପରେ ‘ଦୋ ଶିକାରୀ’ ନାମରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ହୋଇଥିବା ରୋମାଣ୍ଟିକ୍ ସିନ୍ ରେଖାଙ୍କୁ ରାତାରାତି ଚର୍ଚ୍ଚିତ କରିଦେଇଥିଲା। ଏହି ସିନ୍‌ର ସୁଟିଂ ସମୟରେ ରେଖାଙ୍କ କୋ-ଷ୍ଟାର୍ ଥିଲେ ବିଶ୍ୱଜିତ୍ ଚାଟ୍ଟାର୍ଜି। ସେ ତାଙ୍କ ସହିତ ଜବରଦସ୍ତି କରିଥିଲେ। ବାୟୋଗ୍ରାଫି ‘ରେଖା : ଦ ଅନଟୋଲ୍ଡ ଷ୍ଟୋରୀ’ ଅନୁସରେ ଅଭିନେତା ବିଶ୍ୱଜିତ୍ ତାଙ୍କୁ ଜବରଦସ୍ତି କିସ୍ କରିଥିଲେ। ରେଖା ତାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲେ।

କୁହାଯାଏ ରେଖା ଓ ବିଶ୍ୱଜିତଙ୍କ ମଧ୍ୟରେ ଏହି ସିନ୍ ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସେଠାରେ ଉପସ୍ଥିତ ସମସ୍ତ ଲୋକ ସିଟି ବଜାଉଥିଲେ। ଏହି ସମୟରେ ରେଖା ବହୁତ ଖରାପ ଅନୁଭବ କରୁଥିଲେ ଏବଂ ତାଙ୍କ ଆଖି ଲୁହଭରା ହୋଇଯାଇଥିଲା। ସେତେବେଳେ ରେଖାଙ୍କ ବୟସ ଥିଲା ୧୫ ବର୍ଷ ଓ ଅଭିନେତା ବିଶ୍ୱଜିତ୍ ତାଙ୍କଠାରୁ ଥିଲେ ୨୫ ବର୍ଷ ବଡ। ଫିଲ୍ମରେ ରେଖାଙ୍କୁ ନଜଣାଇ ଏହି ସିନ୍ ସୁଟ୍ ହୋଇଥିଲା। ବିଶ୍ୱଜିତ୍ ୫ ମିନିଟ୍ ପର୍ଯ୍ୟନ୍ତ ରେଖାଙ୍କୁ କିସ୍ କରିଥିଲେ ହେଁ ଡାଏରେକ୍ଟର ରାଜା ନବାଠେ ସିନ୍ କଟ୍ କରିନଥିଲେ। ଏହି କିସିଙ୍ଗ୍ ସିନ୍ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *

Back to top button